Onn 3

ଦ୍ଵିତୀୟ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍

State

 

vande

ପୁରୀ: ଦ୍ଵିତୀୟ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍। ୨୪ରେ ଉଦଘାଟନ ପୂର୍ବରୁ ପୁରୀ-ରାଉରକେଲା ମଧ୍ୟରେ ଏହି ଟ୍ରାଏଲ ରନ୍ ହୋଇଛି। ସକାଳ ୫ଟାରୁ ପୁରୀରୁ ବାହାରି ଦିନ ୧୨ଟା ୪୫ରେ ରାଉରକେଲାରେ ପହଞ୍ଚିବ।

ଏହାପରେ ଅପରାହ୍ନ ୨ଟା ୧୦ରେ ରାଉରକେଲାରୁ ବାହାରି ରାତି ୯ଟା ୪୦ରେ ପୁରୀରେ ପହଞ୍ଚିବ। ପୁରୀରୁ ରାଉରକେଲା ପ୍ରାୟ ୭ ଘଣ୍ଟା ୪୫ ମିନିଟ୍ ସମୟ ନେବ। ଟ୍ରାଏଲ ରନ୍ ଅବସରରେ ବନ୍ଦେ ଭାରତ ଏକ୍ସପ୍ରେସ ଖୋର୍ଦ୍ଧା ରୋଡ଼, ଭୁବନେଶ୍ୱର, କଟକ, ଢେଙ୍କାନାଳ, ଅନୁଗୋଳ, ସମ୍ବଲପୁର ସିଟି ଓ ଝାରସୁଗୁଡ଼ା ୧୦ଟି ଷ୍ଟେସନରେ ରହିବ ଟ୍ରେନ୍। ଚଳିତ ବର୍ଷ ମେ ମାସ ୧୮ ତାରିଖରେ ପୁରୀରୁ ହାୱଡ଼ା ପର୍ଯ୍ୟନ୍ତ ଗଡ଼ିଥିଲା ରାଜ୍ୟରପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ।