Onn 3

କୁନି ପ୍ରତିଭାକୁ ସମ୍ବର୍ଦ୍ଧିତ କଲେ କାଉନସିଲର

State

ବାରିପଦା: ବାରିପଦା ସହରର 1 ନମ୍ବର ୱାର୍ଡ ସ୍ଥିତ ବେଲଗୋଡ଼ିଆର ତୃତୀୟ ଶ୍ରେଣୀର ଛାତ୍ରୀ ଚାନ୍ଦିନୀ ଖାତୁନ ସମ୍ବଲପୁର ଠାରେ ରାଜ୍ୟ ସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣ ପଦକ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି I ଖବର ପାଇ ସ୍ଥାନୀୟ କାଉନସିଲର ତାଙ୍କ ଘରକୁ ଯାଇ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଛନ୍ତି I ତାଙ୍କ ପିତାମାତା ଓ ପରିବାରବର୍ଗଙ୍କ ସମ୍ମୁଖରେ ଗୋଟିଏ ସ୍କୁଲ ବ୍ୟାଗ ଓ ସନ୍ତରଣ ପୋଷାକ ପ୍ରଦାନ କରି ଉତ୍ସାହିତ କରିଥିଲେ I

ପରବର୍ତ୍ତୀ ସମୟରେ ମଧ୍ୟ ସେ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ I ସୁବିଧା ସୁଯୋଗ ମିଳିଲେ ମୁଁ ନିଶ୍ଚୟ ଦେଶ ପାଇଁ ଖେଳିବି ବୋଲି ଚାନ୍ଦିନୀ ବେଶ ଉତ୍ସାହିତ ହୋଇ କହିଥିଲେ I