Onn 3

୬୯ କିଲୋଗ୍ରାମ ସୁନା, ୩୩୬ କିଲୋଗ୍ରାମ ରୁପାରେ ନିର୍ମିତ ହେଲା ଗଣେଶ ମୂର୍ତ୍ତି

National & International Religion and Cult

ମୁମ୍ବାଇ: ରାତି ପାହିଲେ ଗଣେଶ ଚତୁର୍ଥୀ । ଏନେଇ ସବୁଆଡ଼େ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସେହିପରି ମହାରାଷ୍ଟ୍ରରେ ମଧ୍ୟ ଗଣେଶ ପୂଜା ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ବିଭିନ୍ନ ରାସ୍ତାଘାଟଠାରୁ ଆରମ୍ଭ କରି ପୂଜା ମଣ୍ଡପଗୁଡ଼ିକ ଆଲୋକମାଳାରେ ଝଲସୁଛି । ଆଖି ଝଲସିଲା ପରି ତୋରଣ ବି ନିର୍ମାଣ କରାଯାଇଛି । ମୁମ୍ବାଇର ଜିଏସବି ସେବା ମଣ୍ଡଳ ସବୁଠାରୁ ଦାମୀ ଗଣେଶ ମୂର୍ତ୍ତି ସ୍ଥାପନ କରିଛିି । ଏହା ମୁମ୍ବାଇର ସବୁଠାରୁ ଧନୀ ମଣ୍ଡଳ ଭାବରେ ଜଣାଶୁଣା । ଏଥର କମିଟି ଗଣେଶ ପୂଜା ପାଇଁ ସୁନା ଓ ରୂପା ବ୍ୟବହାର କରିଛି ।

ଚଳିତବର୍ଷ ଭଗବାନ ଗଣେଶଙ୍କ ମୂର୍ତ୍ତି ୬୯ କିଲୋଗ୍ରାମ ସୁନା ଏବଂ ୩୩୬ କିଲୋଗ୍ରାମ ରୂପାରେ ନିର୍ମିତ ହୋଇଛି । ଏଥିସହିତ ୩୬୦.୪୫ କୋଟି ଟଙ୍କା ବୀମା ନେଇଛନ୍ତି । ଏହି କମିଟି ଚଳିତ ବର୍ଷ ୬୯ତମ ଗଣେଶ ଉତ୍ସବ ପାଳନ କରିବାକୁ ଯାଉଛୁ । ଗଣେଶଙ୍କ ଏହି ପ୍ରତିମୂର୍ତ୍ତି ପାଇଁ ୩୬ କିଲୋଗ୍ରାମ ରୂପା ଏବଂ ୨୫୦ ଗ୍ରାମ ସୁନାର କୁଣ୍ଡଳ ମଧ୍ୟ ତିଆରି କରାଯାଇଛି ।