Onn 3

ରାମ ମନ୍ଦିରର ପ୍ରଥମ ଆଳତି ପାଇଁ ଯୋଧପୁରରୁ ଆସିବ ୬୦୦ କିଲୋ ଘିଅ

National & International Religion and Cult

୨୦୨୪ ଜାନୁୟାରୀରେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ଉଦ୍‌ଘାଟନ ହେବ। ମନ୍ଦିର ଗର୍ଭଗୃହରେ ପ୍ରଭୁ ଶ୍ରୀରାମ ବିରାଜମାନ କରିବେ। ଏହି ଐତିହାସିକ ଉତ୍ସବରେ ଯୋଧପୁରର ମଧ୍ୟ ଖାସ୍‌ ଯୋଗଦାନ ରହିବ। ରାମ ମନ୍ଦିରରେ ହେବାକୁ ଥିବା ପ୍ରଥମ ଆଳତି ଏବଂ ମହାଯଜ୍ଞରେ ଯେଉଁ ଶୁଦ୍ଧ ଦେଶୀ ଘିଅ ବ୍ୟବହାର ହେବ, ତାହା ଯୋଧପୁରରୁ ଆସିବ।

ଏହି ଶୁଦ୍ଧ ଦେଶୀ ଘିଅରେ ମନ୍ଦିରରେ ଅଖଣ୍ଡ ଜ୍ୟୋତି ପ୍ରଜ୍ଜ୍ୱଳନ କରାଯିବ। ଏଥିପାଇଁ ୬ କ୍ୱିଣ୍ଟାଲ୍‌ ଘିଅ ଅଯୋଧ୍ୟା ପଠାଯିବ। ଖାସ୍‌ କଥା ହେଉଛି, ଯୋଧପୁରରୁ ୧୦୮ ରଥର ଏକ ଭବ୍ୟ ଶୋଭାଯାତ୍ରା ବାହାରିବ। ରଥଗୁଡ଼ିକରେ ୨୧୬ଟି ବଦଳ ରହିବେ। ଏହି ଶୋଭାଯାତ୍ରା ନଭେମ୍ବର ୨୭ରେ ଯୋଧପୁରରୁ ଅଯୋଧ୍ୟା ଅଭିମୁଖେ ବାହାରିବ। ଯୋଧପୁରର ବନାଡ଼ ନିକଟ ଜୟପୁର ରୋଡ୍‌ସ୍ଥିତ ମହର୍ଷି ସନ୍ଦୀପନି ରାମଧାମ ଗୋଶାଳାରୁ ୬୦୦ କିଲୋ ଶୁଦ୍ଧ ଦେଶୀ ଘିଅ ରାମ ମନ୍ଦିର ପଠାଯିବ।

ମହର୍ଷି ସନ୍ଦୀପନ ମହାରାଜା କହିଛନ୍ତି ଯେ ଗତ ୯ ବର୍ଷ ମଧ୍ୟରେ ଗାଈଙ୍କ ସଂଖ୍ୟା ୬୦ରୁ ବଢ଼ି ୩୫୦ ହୋଇଛି। ଏହି ଗୋଶାଳାରେ ରହୁଥିବା ଅଧିକାଂଶ ଗାଈ ସଡ଼କ ଦୁର୍ଘଟଣାରେ ଆହତ ହୋଇଛନ୍ତି। ମହାରାଜା କହିଛନ୍ତି, ଅଯୋଧ୍ୟାରୁ ଏକ ଟିମ୍‌ ଏଠାକୁ ଦେଖିବା ପାଇଁ ଆସିଥିଲେ। ସେପଟେ ଯୋଧପୁରରେ ୧୦୮ ରଥକୁ ପ୍ରସ୍ତୁତ କରିବା ପାଇଁ ଦ୍ରୁତ ଗତିରେ କାମ ଚାଲିଛି। ଯୋଧପୁରରୁ ଅଯୋଧ୍ୟା ପର୍ଯ୍ୟନ୍ତ ଦୂରତା ୧୧୫୦ କିଲୋମିଟର। ଏହି ଦୂରତା ୨୧ ଦିନରେ ସମ୍ପୂର୍ଣ୍ଣ ହେବ।