Onn 3

ସ୍କ୍ରବ ଟାଇଫସ୍ ଆତଙ୍କ; ବରଗଡ଼ ଯିବ ଭିମସାର ଟିମ୍‌

State

scrub2

ସମ୍ବଲପୁର : ଜୀବନ ନେଉଛି ପୋକ । ଗାଁ ଗାଁରେ ଘାତକ ସାଜିଛି ସ୍କ୍ରବ ଟାଇଫସ୍ । ଏହି କୀଟ ଦ୍ୱାରା ଆକ୍ରାନ୍ତ ହୋଇ ବରଗଡରେ ୫ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଚିଗର୍ସ ନାମକ କୀଟ କାମୁଡିଲେ ହୋଇଥାଏ ସ୍କ୍ରବ ଟାଇଫସ୍ । ଆଉ ଏହା ଦ୍ୱାରା ଜ୍ୱର ହୁଏ , ଆଉ ଜ୍ୱର ନ କମିଲେ ଏହା ଶରୀର ପାଇଁ ଘାତକ ବି ହୋଇପାରେ ।

ବର୍ଷା ଦିନରେ ଏହା ବ୍ୟାପିବା ସମ୍ଭାବନା ଅଧିକ । ତେବେ ଏହାର ଅନୁଧ୍ୟାନ କରିବାକୁ ଗଠନ ହୋଇଛି ଟିମ୍ । ପାଇଁ ବୁର୍ଲା ଭୀମସାରରୁ ବରଗଡ ଜିଲ୍ଲା ପାଇଁ ମେଡିକାଲ ଟିମ୍ ଗଠନ । ବରଗଡ ଜିଲ୍ଲା ଯାଇ ନମୂନା ସଂଗ୍ରହ, ପରୀକ୍ଷା, ମେଡିସିନ ବିତରଣ କାର୍ଯ୍ୟ କରିବ ଏହି ଟିମ୍ । ଡିଏମଇଟି ଡକ୍ଟର ସଚ୍ଚିଦାନନ୍ଦ ମହାନ୍ତି ଚିଠି ମାଧ୍ୟମରେ ଭୀମସାର ଡିନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମେଡିସିନ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ଶଙ୍କର ରାମଚନ୍ଦାନୀ ଏହାର ନୋଡାଲ ଅଫିସର ଅଛନ୍ତି ।

ସେପଟେ ବରଗଡ଼ ଜିଲାରେ ସ୍କ୍ରବ ଟାଇଫସ କୀଟ କାମୁଡ଼ାରେ ୧୨ ଦିନ ମଧ୍ୟରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣଙ୍କ ରକ୍ତନମୁନାରୁ ପିଜେଟିଭ ଚିହ୍ନଟ । ଗତକାଲି ପୁଣି ୧୪ ରକ୍ତ ନମୁନା ପରୀକ୍ଷାରୁ ଆହୁରି ୫ ଜଣଂଙ୍କୁ ଚିହ୍ନଟ କରାଯାଇଛି । ସମସ୍ତରୋଗୀ ପଦ୍ମପୁର ଅଞ୍ଚଳର ଖଲା ବାହାଲ ,ଚାରପାଲି, ବୁକୁରା ମୁଣ୍ଡା, ବୁଗୁଡା ଓ କୁମୁନି ବାହାଲର ବୋଲି ଜଣା ପଡିଛନ୍ତି । ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ରହିଛି ଏବଂ ପଦ୍ମପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏନେଇ ସୂଚନା ଦେଇଛନ୍ତି ପଦ୍ମପୁର ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀ ।