Onn 3

ହୀରାକୁଦର ଏବେ ସମୁଦାୟ ୨୬ ଟି ଗେଟ୍‌ ଖୋଲା

State

 

hirakud

ସମ୍ବଲପୁର: ଉପର ମୁଣ୍ଡରେ ପ୍ରବଳ ବର୍ଷା ‌ଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିବାରେ ଲାଗିଛି। ଏବେ ପର୍ଯ୍ୟନ୍ତ ହୀରାକୁଦ ଡ୍ୟାମ୍‌ର୨୨ଟି ଗେଟ୍‌ ଖୋଲାଯାଇ ଜଳ ନିଷ୍କାସନ କାର୍ଯ୍ୟ ଚାଲି ରହିଥିଲା। ଜଳସ୍ଥର ନିୟନ୍ତ୍ରଣ ବାହାରକୁ ଯିବାରୁ ଆହୁରି ୪ଟି ଗେଟ୍‌ ଖୋଲି ଦିଆଯାଇଛି। ହୀରାକୁଦରେ ଏବେ ସମୁଦାୟ ୨୬ ଟି ଗେଟ୍‌ ଖୋଲାଯାଇ ଜଳ ନିଷ୍କାସନ କରାଯାଉଛି। ବାମ ପଟରୁ ୧୬ଟି ଗେଟ୍‌ ଖୋଲା ଯାଇଥିବା ବେଳେ ଦକ୍ଷିଣ ପଟରୁ ୧୦ଟି ଗେଟ୍‌ ଖୋଲାଯାଇଛି।

ବୁଧବାର ୨ଟି ସ୍ଲୁଇସ୍‌ ଗେଟ୍ ଖୋଲାଯାଇଥିବା ବେଳେ ଗୁରୁବାର ଦୁଇଟି ପର୍ଯ୍ୟାୟରେ ଆହୁରି ୧୨ଟି ସ୍ଲୁଇସ୍‌ ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଥିଲା। ବୁଧବାର ସନ୍ଧ୍ୟା ୬ଟାରେ ଜଳସ୍ତର ୬୨୮.୩୧ ଫୁଟ୍ ରହିଥିବା ବେଳେ ଗୁରୁବାର ସନ୍ଧ୍ୟା ୬ଟାରେ ୬୨୮.୫୮ ଫୁଟ୍‌ରେ ପହଞ୍ଚିଥିଲା। ଗତକାଲି ପୁଣି ୮ଟି ଗେଟ୍‌ ଖୋଲି ଜଳ ନିଷ୍କାସନ କରାଯାଉଥିଲା।

ଗତକାଲି ପର୍ଯ୍ୟନ୍ତ ୨୨ଟି ଗେଟ୍‌ ଖୋଲାଯାଇ ଜଳଭଣ୍ଡାରକୁ ୨,୯୬,୬୬୫ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ଜଳଭଣ୍ଡାରରୁ ୩,୫୩,୮୪୨ କ୍ୟୁସେକ୍ ନିଷ୍କାସିତ କରାଯାଉଥିଲା।  ଜଳପ୍ରବେଶ ଆଜି ଆହୁରି ବଢ଼ିବାର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ, ସ୍ଥିତି ଦେଖି ଆହୁରି କେତୋଟି ସ୍ଲୁଇସ୍‌ ଗେଟ୍‌ ଖୋଲାଯିବ ବୋଲି ଜଣାପଡ଼ିଛି।