Onn 3

ମେଡିକାଲ ବିଲ୍ଡିଂରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Crime State

bo

ସୋର : ସୋର ଡାକ୍ତରଖାନା ପରିସରରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ମେଡ଼ିକାଲ ପରିସର ସିଡ଼ି ପାହାଚରେ ଥିବା ଫାୟାର ରେଲିଂରେ ଝୁଲନ୍ତା ଅବସ୍ଥାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଛି । ସମ୍ପୃକ୍ତ ବ୍ୟକ୍ତିଙ୍କ ପରିଚୟ ମିଳିନାହିଁ ।

ସୂଚନା ଅନୁସାରେ ହସପିଟାଲର ସ୍ତ୍ରୀ ପ୍ରସୂତୀ ବିଭାଗ ଦ୍ୱିତୀୟ ମହଲା ସିଡି ପlହଛରେ ଜଣେ ୪୦ ବର୍ଷୀୟ ଯୁବକ ଗାମୁଛାରେ ଫାସୀ ଲଗlଇ ଝୁଲୁ ପଡିଛନ୍ତି l ୫ରୁ ୬ ଫୁଟ ଉଚ୍ଚତାରେ ଗମୁଛାରେ ବେକରେ ଲଗାଇ ଯେଉଭଳି ମୃତ୍ୟୁ ହୋଇଛି ତାହା ସନ୍ଦେହ ପ୍ରକାଶ ପାଇଛି l ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ବ୍ୟକ୍ତି ଜଣଙ୍କ ଡାକ୍ତରଖାନାରେ ବୁଲୁଥିବାର ସୁରକ୍ଷାକର୍ମୀ ମାନେ ଦେଖିବାକୁ ପାଇଥିଲେ । ହେଲେ ଆଜି ତାଙ୍କର ମୃତ୍ୟୁ ହୋଇଛି। ସେ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ କେହିଁ ହତ୍ୟା କରି ଝୁଲାଇଦେଇଛି ସେନେଇ ସନ୍ଦେହ ସୃଷ୍ଟି ହୋଇଛି ।