ବାରିପଦା: ରାଜ୍ୟ ଇପିଏଫ ପେନସନର୍ସ ଆସୋସିଏସନ ର ନିଷ୍ପତ୍ତିକ୍ରମେ ଆଜି ମୟୁରଭଞ ଜିଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲାର ଶତାଧିକ ପେନସନଭୋଗୀ ବରିଷ୍ଠ ନାଗରିକମାନେ ଧାରଣାରେ ବସିଥିଲେ । କେନ୍ଦ୍ରରେ ଥିବା ମୋଦୀ ସରକାର ଗତ ୨୦୧୩ ମସିହା ଖୁସିୟାରୀ କମିଟିର ରିପୋର୍ଟ ଅନୁଯାୟୀ ମାସିକ ପେନସନ ୩ ହଜାର ଟଙ୍କା ସହିତ ମହଙ୍ଗା ଭତ୍ତା ଦେବା ପରିବର୍ତ୍ତେ ୨୦୧୪ ମସିହା ଏପ୍ରିଲ ମାସଠାରୁ ମାତ୍ର ଏକ ହଜାର ଟଙ୍କା ପ୍ରଦାନକରି ଆଜି ପର୍ଯ୍ୟନ୍ତ ଚୁପ ହୋଇ ବସିବା ଅତ୍ୟନ୍ତ ଦଃୁଖର ବିଷୟ । ଅନ୍ୟ ପକ୍ଷରେ ସର୍ବନି୍ମ୍ନ ପେନସନ ଏକ ହଜାର ଟଙ୍କା ହୋଇଥିବାବେଳେ ଅଧିକାଂଶ ପେନସନଭୋଗୀ ବରିଷ୍ଠ ନାଗରିକମାନେ ତା ଠାରୁ କମ ପାଉଛନ୍ତି । ଏହି ସର୍ବନିମ୍ନ ପେସନ ବୃଦ୍ଧି କରିବା ପାଇଁ ଜିଲାଠାରୁ ଆରମ୍ଭ କରି ଦିଲ୍ଲୀ ସଂସଦ ଭବନ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନ ହୋଇ ଆସୁଥିଲେ ମଧ୍ୟ କେନ୍ଦ୍ରସରକାର ଏହି ଦାବୀ କୁ ପୁରଣ ନକରିବା ଅତ୍ୟନ୍ତ ଦୂର୍ଭାଗ୍ୟ ଜନକ । ଫଳରେ ଦେଶରେ ଥିବା ୭୦ ଲକ୍ଷ ରୁ ଉର୍ଦ୍ଧ୍ୱ ପେନସନଭୋଗୀ ତଥା ସେମାନଙ୍କ ଉପରେ ନିର୍ଭରଶୀଳ ପରିବାର ଆଜି ଆର୍ଥୀକ ଅନାଟନରେ ଜର୍ଜରୀତ । ଦେଶରେ ଅନେକ ପେନସନଭୋଗୀ ସଠିକ ଚିକିତ୍ସା ଅଭାବରୁ ମୃତ୍ୟୁ ବରଣ କରିଥିବା ବେଳେ ଅନେକ ରୋଗଶଯ୍ୟାରେ ରହି ମୃତ୍ୟୁ ସାହିତ ସଂଗ୍ରାମ କରୁଛନ୍ତି ।
ଏଣୁ ସର୍ବନିମ୍ନ ପେନସନ ମାସିକ ୯ ହଜାର ଟଙ୍କା ସହିତ ମହଙ୍ଗା ଭତ୍ତା , ସମସ୍ତ ପେନସନ ଭୋଗୀ ବରିଷ୍ଠ ନାଗରିକ ମାନଙ୍କୁ ଚିକିତ୍ସା ସୁବିଧା , ମାନ୍ୟବର ସୁପ୍ରିମ କୋର୍ଟ ଙ୍କ ଆଦେଶ ଅନୁଯାୟୀ ଉଛବେତନଭୋଗୀ ଙ୍କୁ ଅଧିକ ପେନସନ ଦାବୀ ରେ ଆଜି ଧାରଣା ସ୍ଥଳରେ ଜିଲା ସଭାପତି ମୋଦନ ମୋହନ ଜେନା , ସଂପାଦକ ଗୋପାଲ ଚନ୍ଦ୍ର ଦାସ ପ୍ରମୁଖ ବ୍ୟକ୍ତବ୍ୟ ଦେଇଥିବାେଳେ ଏଆଇଟିୟୁସିର ଜିଲା ସଂପାଦକ ଜଗବନ୍ଧୁ ମିଶ୍ର , ସିଆଇଟିୟୁର ଜିଲା ସଂପାଦକ ଅମଲ ଦେ , ଜିଲା ଘୋରଇ ବସ କର୍ମଚାରୀ ସଂଘର ସଭାପତି ରଘୁନାଥ ପଣ୍ଡା ଦେଶରେ ଶ୍ରମଜିବୀ ମଣିଷ ଉପରେ ହେଉଥିବା ଅନ୍ୟାୟ , ବେକାରୀ ସମସ୍ୟା , ଅହେତୁକ ଦରଦାମ ବୃଦ୍ଧି ଓ ଧର୍ମ କୁ ନେଇ ରାଜନୀତି ସଂପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ । ଯଦି କେନ୍ଦ୍ର ସରକାର ଏହି ନ୍ୟାୟିଜିତ ଦାବୀ କୁ ପୁରଣ ନକରନ୍ତି ତେବେ ଆଗାମୀ ଦିନରେ ଚାଲିଥିବା ଆନ୍ଦୋଳନ କୁ ତୀବ୍ର କରିବା ସହିତ ସଂସଦ ଭବନ ସମ୍ମୁଖରେ ଦେଶର ଏହି ପେନସନଭୋଗୀ ବରିଷ୍ଠ ନାଗରିକ ମାନେ ଅନଶନ ରେ ବସିବାକୁ ବାଧ୍ୟହେବେବୋଲି ଜିଲା ଉପସଭାପତି ମଧୁସୁଧନ ଜେନା ସୂଚନା ପ୍ରଦାନ କରିଚନ୍ତି । ଧାରଣାରେ ଉଠାଜଳସେଚନ ନିଗମରୁ ସର୍ବସାଥି ରାମଚନ୍ଦ୍ର ପଣ୍ଡା , ବାରିପଦା ସ୍ପନିଂମିଲରୁ ମହାଦେବ ଦାସ , ବାରିପଦା କାର୍ଡବ୍ୟାଙ୍କ ରୁ ମୁଶଲ ଚନ୍ଦ୍ର ବେରା , କୁଳମଣି ପାତ୍ର , ସୁର୍ବତ କୁମାର କଲିଆ , ପାଓାରଲୁମ ର ନିଳାମ୍ବର ବେହେରା , କାଶିନାଥ ପଣ୍ଡା , ଭାଗବତ ସାହୁ ପ୍ରମୁଖ ସମେତ ଅନ୍ୟମାନେ ଯୋଗଦେଇଥିବାବେଳେ ସର୍ବ ଶେଷରେ ଶୋଭାକର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।