Onn 3

ଜଳିଗଲା ଚଳନ୍ତା ବାଇକ, ଅଳ୍ପକେ ବର୍ତ୍ତିଲେ ଚାଳକ

State

ଆଗରପଡ଼ା:ଶୁକ୍ରବାର ଦିନ ପ୍ରାୟ ୧୧ଟା ସମୟରେ ସ୍ଥାନୀୟ ରଇଁତରା ଗ୍ରାମର ଗଜେନ୍ଦ୍ର ରାଉଳ ନିଜ ବାଇକ ନଂ ଓଡ଼ି-୦୧-ଏକେ-୫୨୩୨ ଯୋଗେ ଘରୁ ଆଗରପଡ଼ାକୁ କୌଣସି କାର୍ଯ୍ୟରେ ଆସୁଥିଲେ । କୃଷ୍ଣଚରଣ ବିଦ୍ୟାମନ୍ଦିର ସାମ୍ନାରେ ହଠାତ୍ ବାଇକର ସାଇଲେନ୍ସର ପାଇପ ପାଖରୁ ଜଳିବାକୁ ଆରମ୍ଭ କରିଥିଲା । ଏହାକୁ ଦେଖି ପାଖରେ ଥିବା ଲୋକମାନେ ଚିତ୍କାର କରି ଏହି ଘଟଣା କହିବାରୁ ଏହାଶୁଣି ଚାଳକ ବାଇକରୁ ତତ୍‌କ୍ଷଣାତ ଡ଼େଇଁପଡ଼ିଥିଲେ ।

ପରେ ବାଇକଟି ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା । ଅଳ୍ପକେ ବଡ଼ ବିପଦରୁ ବାଇକ ଚାଳକ ବର୍ତ୍ତିଯାଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ । ବାଇକର ମେସିନାରୀ ସମସ୍ୟା ଯୋଗୁଁ ଏହିପରି ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି ।