Onn 3

ମନ୍ଦିର ସିଢିରେ ଉଦୟନିଧି ଷ୍ଟାଲିନଙ୍କ ଫଟୋ, ପାଦରେ କୁଦି ମନ୍ଦିରକୁ ପ୍ରବେଶ କରୁଛନ୍ତି ଭକ୍ତ

National & International

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ ସନାତନ ଏବଂ ହିନ୍ଦୁ ଧର୍ମ ଉପରେ ଟିପ୍ପଣୀ ଦେବା ପାଇଁ ସମଗ୍ର ଭାରତରେ ହଙ୍ଗାମା ହୋଇଛି । ଏଭଳି ମନ୍ତବ୍ୟଙ୍କୁ ସମଗ୍ର ଭାରତରେ ବିରୋଧ କରାଯାଉଛି । ଦେଶରେ ଏହାକୁ ନେଇ ବିରୋଧ ପ୍ରଦର୍ଶନ ହେଉଛି । ମଧ୍ୟପ୍ରଦେଶ ଇନ୍ଦୋରରେ ଏହାକୁ ନେଇ ଅଜବ ବିରୋଧ ପ୍ରଦର୍ଶନ ହେଉଚି । ଏଠାରେ ଲୋକେ ମନ୍ଦିର ସିଢିରେ ଉଦୟନିଧିଙ୍କ ଫଟୋ ଲଗାଇଛନ୍ତି । ଆଉ ମନ୍ଦିରକୁ ଭକ୍ତ ଏହା ଉପରେ ପାଦରେ କୁଦି ଚାଲି ଯାଉଛନ୍ତି ।

ଇନ୍ଦୋରରେ ହିନ୍ଦୁ ଜାଗରଣ ମଞ୍ଚର ଦ୍ୱାରକ ଜିଲ୍ଲା କାର୍ଯ୍ୟକର୍ତ୍ତାମାନେ ଏଠାରେ ଥିବା ଏକ ମନ୍ଦିର ସିଢିରେ ଉଦୟନିଧି ଷ୍ଟାଲିନଙ୍କ ଫଟୋ ଲଗାଇଛନ୍ତି । ମନ୍ଦିରକୁ ଭଗବାନଙ୍କୁ ଦର୍ଶନ କରିବାକୁ ଯାଉଥିବା ଭକ୍ତ ଉଦୟନିଧିଙ୍କ ଫଟୋ ଉପରେ ପାଦ ରଖି ମନ୍ଦିରକୁ ପ୍ରବେଶ କରୁଛନ୍ତି । ଏହାର ଭଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ତେବେ ଏହାକୁ ନେଇ ହିନ୍ଦୁ ଜାଗରଣ ମଞ୍ଚର ଜିଲ୍ଲା ସଂଯୋଗ କନ୍ନୁ ମିଶ୍ରା କହିଛନ୍ତି, ଉଦୟନିଧି ଷ୍ଟାଲିନ ଯେଉଁଭଳି ଭାବେ ସନାତନ ଧର୍ମକୁ ନଇ ଟିପ୍ପଣୀ ଦେଇଛନ୍ତି, ତାକୁ ନେଇ ବିଭିନ୍ନ ସ୍ଥାନରେ ବିରୋଧ ହେଉଛି । ଆଗକୁ ମଧ୍ୟ ଏଭଳି ବିରୋଧ କରାଯିବ । ଦେଶର କୋଟି କୋଟି ଜନତାଙ୍କ ଧାର୍ମିକ ଭାବନାକୁ ଆଘାତ ହୋଇଛି । ଆସ୍ଥା ଏବଂ ଧର୍ମକୁ ନେଇ ଏଭଳି ଟିପ୍ପଣୀକୁ ବରଦାସ୍ତ କରାଯିବ ନାହିଁ ।

ସୂଚନାଯୋଗ୍ୟ, ଉଦୟନିଧି ଷ୍ଟାଲିନ୍ ଏକ କାର୍ଯ୍ୟକ୍ରମରେ ସନାତନ ଧର୍ମକୁ ଡେଙ୍ଗୁ ଓ ମ୍ୟାଲେରିଆ ସହ ତୁଳନା କରିଥିଲେ। ଉଦୟନିଧି କହିଥିଲେ ଯେ ସନାତନକୁ କେବଳ ବିରୋଧ କରାଯିବା ଉଚିତ୍ ନୁହେଁ, ବରଂ ଏହାକୁ ସମାପ୍ତ କରିଦେବା ହିଁ ଦରକାର। ସନାତନ ଧର୍ମ ସାମାଜିକ ନ୍ୟାୟ ଏବଂ ସମାନତାର ବିରୋଧୀ। କିଛି ଜିନିଷକୁ ବିରୋଧ କରାଯାଇ ପାରିବ ନାହିଁ, ତାହାକୁ ଶେଷ କରିଦେବା ହିଁ ଉଚିତ୍। ଆମେ ଡେଙ୍ଗୁ, ମ୍ୟାଲେରିଆ କିମ୍ବା କରୋନାକୁ ବିରୋଧ କରିପାରିବା ନାହିଁ, ଏହାକୁ ଆମକୁ ଶେଷ କରିବାକୁ ହେବ। ଏହିଭଳି ସନାତନ ଧର୍ମକୁ ମଧ୍ୟ ଆମକୁ ଶେଷ କରିବାକୁ ପଡ଼ିବ।