ସୁନ୍ଦରଗଡ଼: ହାତୀ ପାଇଁ ବନକର୍ମଚାରୀଙ୍କୁ ମାଡ଼ । ହାତୀ ଘଉଡାଇବା ପାଇଁ ଯାଇଥିବା ବନକର୍ମଚାରୀଙ୍କୁ ମାଡ ମାରିଛନ୍ତି ଗାଁ ଲୋକେ । ସୁନ୍ଦରଗଡ଼ ଜିଲ୍ଲା ବାଙ୍କୀ ରେଞ୍ଜର ସମରଦରି ନିକଟ ତାଳବାହାଳି ଗାଁରେ ଗତ କିଛି ଦିନ ଧରି ହାତୀ ଉପଦ୍ରବ ଲାଗି ରହିଛି। ୨ଟି ଦନ୍ତା ହାତୀ ଗାଁରେ ପଶି ଘରଦ୍ବାର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କରୁଥିଲେ।