Onn 3

ଆଜିଠୁ ଶଙ୍ଖ ଭବନରେ ମାଷ୍ଟର ଟ୍ରେନର ତାଲିମ ଶିବିର

Politics State

ଭୁବନେଶ୍ବର: ଆଜିଠୁ ଆରମ୍ଭ ହୋଇଛି ବିଜେଡିର ମାଷ୍ଟର ଟ୍ରେନର ତାଲିମ ଶିବିର । ଶଙ୍ଖ ଭବନରେ ଏହି ଶିବିର ଚାଲିବ । ତୃଣମୂଳସ୍ତରରୁ ନେତା ଓ କର୍ମୀଙ୍କୁ ନିର୍ବାଚନ ପାଇଁ ଦିଆଯିବ ଗୁରୁମନ୍ତ୍ର। ଏହି କାର୍ଯ୍ୟକ୍ରମ ୩୭ ଦିନ ଯାଏ ଚାଲିବ। ଦୈନିକ ୪ଟି ପର୍ଯ୍ୟାୟରେ ୮୦୦ କର୍ମୀଙ୍କୁ ତାଲିମ ଦିଆଯାଉଛି |

୧୪୭ ବିଧାନସଭା କ୍ଷେତ୍ରର ସମସ୍ତ ପଞ୍ଚାୟତରୁ ୪ଜଣ ସକ୍ରିୟ କର୍ମୀଙ୍କୁ ତାଲିମ ଦିଆଯିବ। ଏପରି ଭାବେ ୩୦ ହଜାରରୁ ଅଧିକ କର୍ମୀଙ୍କୁ ମାଷ୍ଟର ଟ୍ରେନର କାର୍ଯ୍ୟକ୍ରମରେ ସାମିଲ କରାଯିବ। ଆଜି ଚୌଦାର-କଟକ, ଜଗତସିଂହପୁର, ହିଞ୍ଜିଳିକାଟୁ, ଭଞ୍ଜନଗରର ନିର୍ବାଚନ ମଣ୍ଡଳୀର କର୍ମୀଙ୍କୁ ଦିଆଯିବ ଗୁରୁମନ୍ତ୍ର ।

ଏଥିରେ ସରକାରଙ୍କ ସଫଳ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଦିଆଯିବ ଗୁରୁତ୍ୱ । ନବୀନଙ୍କ ବାର୍ତ୍ତା ସହ ଆଗାମୀ ନିର୍ବାଚନ ମୁକାବିଲା ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ ହେବ। ବିଜେଡି ବରିଷ୍ଠ ନେତା ଦେବୀ ମିଶ୍ର, ମାନସ ମଙ୍ଗରାଜଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। କର୍ମୀଙ୍କୁ ମାର୍ଗଦର୍ଶନ କରାଇବେ ଦଳର ବରିଷ୍ଠ ନେତା ।