ଜି-20 ଶିଖର ସମ୍ମିଳନୀର ଚଳିତ ସଂସ୍କରଣ ଶେଷ ହୋଇଛି। ଦୁଇ ଦିନ ଧରି ଦିଲ୍ଲୀର ଭାରତ ମଣ୍ଡପମରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମକୁ ଉଦଯାପିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବ୍ରାଜିଲ ରାଷ୍ଟ୍ରପତିଙ୍କୁ ଅଧ୍ୟକ୍ଷତା ଦାୟିତ୍ୱ ଦେଇ ସଭା ସାଙ୍ଗ କରି ଆସନ୍ତା ନଭେମ୍ବର ପର୍ଯ୍ୟନ୍ତ ଭାରତ ପାଖରେ ଅଧ୍ୟକ୍ଷତା ଦାୟିତ୍ୱ ଥିବାରୁ ଏକ ଭର୍ଚୁଆଲ୍ ବୈଠକ ପାଇଁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ |
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ନଭେମ୍ବର ଶେଷ ଆଡକୁ ଅନ୍ୟ ଏକ ଅଧିବେଶନ ଆୟୋଜନ କରିବା ପାଇଁ ମୁଁ ରାଷ୍ଟ୍ରମୁଖ୍ୟମାନଙ୍କୁ ପ୍ରସ୍ତାବ ଦେଉଛି। ସେହି ଅଧିବେଶନରେ, ଆମେ ଏହି ସମ୍ମିଳନୀରେ ସହମତି ପ୍ରକାଶ ପାଇଥିବା ପ୍ରସଙ୍ଗଗୁଡିକ ଉପରେ ସମୀକ୍ଷା କରିପାରିବା। ଆମର ଦଳ ଏହାର ସବିଶେଷ ତଥ୍ୟକୁ ଆଲୋଚନା କରିବେ। ମୁଁ ଆଶା କରୁଛି ଆପଣ ସମସ୍ତେ ଏହି ଅଧିବେଶନରେ ଯୋଗଦେବେ।