Onn 3

ରକ୍ତ ଅଦଳବଦଳ ଘଟଣାରେ କାର୍ଯ୍ୟାନୁଷ୍ଠାନ, ୪ କର୍ମଚାରୀ ନିଲମ୍ବିତ

Crime State

କଟକ: କଟକ ସେଣ୍ଟ୍ରାଲ ରେଡକ୍ରସ ରକ୍ତ ଭଣ୍ଡାରରେ ରକ୍ତ ଅନିୟମିତତା ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇଛି  । ଏହି ଘଟଣାର ତଦନ୍ତ ଦାୟିତ୍ବରେ ଥିବା  ୪ଜଣ ଟେକ୍ନିସିଆନକୁ ନିଲମ୍ବିତ କରିଛନ୍ତି ରେଡକ୍ରସ ରକ୍ତ ଭଣ୍ଡାର ନିର୍ଦ୍ଦେଶକ  । ଏହି ୪ ଜଣ ବ୍ୟକ୍ତି ରାଇକଲ ଥୋମାସ, ରଞ୍ଜନ ଦାସ, ତାପସ ମହନ୍ତ ଓ ସନ୍ଦିପ ସ୍ବାଇଁ ବୋଲି ଜଣାପଡିଛି  ।

ଗତ ୨୯ ତାରିଖରେ କଟକ ଝୋଲା ସାହି ଅଞ୍ଚଳର ବିଭୂତି ଜେନାଙ୍କୁ  ଏ ପଜିଟିଭି ବ୍ଲଡ ବଦଳରେ ବି ପଜିଟିଭ୍ ଦିଆଯାଇଥିଲା । ରକ୍ତ ନେବା ପରେ ହଠାତ୍ ରୋଗୀ ଜଣକ ଅସୁସ୍ଥ ହୋଇପଡିଥିଲେ  । ପରେ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା । ପରେ ରକ୍ତକୁ ପରୀକ୍ଷା କରାଯିବା ପରେ ତାହା ବି ପଜିଟିଭ୍ ବୋଲି ଜଣାପଡିଥିଲା  । ଏହି ଘଟଣାରେ ତଦନ୍ତ କରି ଆଜି ୪ଜଣ ଟେକ୍ସିସିଆନଙ୍କୁ ନିଲମ୍ବିତ କରାଯାଇଛି  ।