Onn 3

ଦୁର୍ଗାପୂଜା ପାଇଁ ଜବରଦସ୍ତ ଚାନ୍ଦା ଆଦାୟ କରି ପାରିବେ ନାହିଁ

State

କଟକ: ଦୈତ ନଗରୀରେ ଦୁର୍ଗାପୂଜା ପାଇଁ କରି ପାରିବେ ନାହିଁ ଜବରଦସ୍ତ ଚାନ୍ଦା ଆଦାୟ।ଜବରଦସ୍ତ ଚାନ୍ଦା ଆଦାୟ କଲେ ବାନ୍ଧିବ କମିଶନରେଟ ପୋଲିସ। ଗତ ବର୍ଷ ଭଳି ଏ ବର୍ଷ ମଧ୍ୟ ପୋଲିସର ଏ ନେଇ କଡା ଆଭିମୁଖ୍ୟ ରହିଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। ଜନସାଧାରଣ ଓ ବ୍ୟବସାୟିକ ପ୍ରତିଷ୍ଠାନର ଅନୁଦାନରେ ପୂଜା କମିଟି ପୂଜା କରି ପାରିବେ। କିନ୍ତୁ କାହାକୁ ଦାଦାବଟି ମଗା ଯାଇ ପାରିବ ନାହିଁ। ଏହା ସହିତ ନିଶାମୁକ୍ତ ଭସାଣ କରିବା ପାଇଁ ଲକ୍ଷ୍ୟ ରଖିଛି କମିଶନରେଟ ପୋଲିସ।

ପୂଜା ସମୟରେ ଅପରାଧୀଙ୍କୁ ଦମନ କରିବା ପାଇଁ ସ୍ୱତନ୍ତ୍ର ଡ୍ରାଇଭ କରିବ କମିଶନରେଟ ପୋଲିସ । ଅକ୍ଟୋବର ୨୦ ରୁ ଆରମ୍ଭ ହେଉଥିବା ଶାରଦୀୟ ଦୁର୍ଗାପୂଜାକୁ ଶାନ୍ତି ଶୃଙ୍ଖଳାର ଶେଷ କରିବାକୁ ଏଭଳି କିଛି କଡା ଆଭିମୁଖ୍ୟ ରହିଥିବାର ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ।