କଟକ: OSSC ପ୍ରଶ୍ନପତ୍ର ଲିକ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ଏହି ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ। ଓଡିଶା ଷ୍ଟାଫ ସିଲେକ୍ସନ କମିସନ ଦ୍ୱାରା ପରିଚାଳିତ ଜୁନିଅର ଇଂଜିନିୟର (ସିଭିଲ)ନିଯୁକ୍ତି ସ୍କାମ ସମ୍ପର୍କୀତ ମାମଲାର ଶୁଣାଣି କରି କ୍ରାଇମ ବ୍ରାଞ୍ଚ ତଦନ୍ତ ପାଇଁ ଆଜି ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ଡିଆଇଜି ପାହ୍ୟାର ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କ ତତ୍ୱାବଧାନରେ ଏହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଶ୍ନପତ୍ର ସରକାରୀ ପ୍ରେସ ପରିବର୍ତ୍ତେ କୋଲକାତାର ଏକ ଘରୋଇ ପ୍ରେସରେ କାହିଁକି ଛପାଗଲା ତା ଉପରେ ହାଇକୋର୍ଟ ପ୍ରଶ୍ନ ଉଠାଇଛନ୍ତି।