Onn 3

ଗଡଗଡ଼ିଆ ଘାଟରୁ ମହିଳାଙ୍କ ମୃତଦେହ ଉଦ୍ଧାର

State

eew

କଟକ: ମହାନଦୀ ଗଡଗଡ଼ିଆ ଘାଟରୁ ଜଣେ ମହିଳାଙ୍କ ମୃତଦେହ ମିଳିଛି। ମୃତଦେହକୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଛନ୍ତି । ମହିଳାଙ୍କ ବୟସ ୩୫ ରୁ ୪୦ ଭିତରେ ବୋଲି ଅନୁମାନ କରାଯାଉଛି । ଘଟଣାସ୍ଥଳରେ କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ଉପସ୍ଥିତ ଥିବାବେଳେ ମୃତକ ମହିଳାଙ୍କ ପରିଚୟ ଅସ୍ପଷ୍ଟ ରହିଛି ।

ସୂଚନା ଯୋଗ୍ୟ ଗତ ୨୮ ତାରିଖରେ ମହିଳା ଜଣକ ହରିଣ ପାର୍କ ନିକଟରେ ମହାନଦୀ ପାଣି ଭିତରକୁ ଯାଉଥିବା ସମୟରେ ସ୍ଥାନୀୟ ବାସିନ୍ଦା ତାଙ୍କୁ ଉଦ୍ଧାର କରିଥିଲେ । ସେତେବେଳେ ସେ ଗାଧୋଇବା ପାଇଁ ଆସିଛି ବୋଲି କହିଥିଲେ। ଖବର ପାଇ ବିଡାନାସି ଥାନା ପୋଲିସ ମହିଳାଙ୍କୁ ନେଇ ମଧୁସୂଦନ ନଗରଠାରେ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିଲେ। ଏବେ ପୁଣି ଠାରେ ମହିଳା ଜଣଙ୍କ ମହାନଦୀକୁ ଦେଇ ପ୍ରାଣ ହରାଇଛନ୍ତି ।


Post Views: 6