Onn 3

ଗଛରେ ରାକ୍ଷୀ ବାନ୍ଧି ପର୍ବ ପାଳିଲେ ମହିଳା

State

rakh

ଅସ୍ତରଙ୍ଗ: ରାକ୍ଷୀ । ସୂତା ଖଣ୍ଡିଏ ନୁହେଁ , ସେ ସଂପର୍କର ସେତୁ । ଯେତିକି ବିଶ୍ବାସ ଆଖିକୁ ସେତିକି ବିଶ୍ବାସ ରାକ୍ଷୀକୁ । ଚଳିତ ବର୍ଷ ପଞ୍ଜିକାରେ ଆଜି ରକ୍ଷା ବନ୍ଧନ ଓ ଆସନ୍ତାକାଲି ରାକ୍ଷୀ ପୂର୍ଣ୍ଣିମା ଉଲ୍ଲେଖ ରହିଛି । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପାଳନ ହେଉଛି ପବିତ୍ର ରକ୍ଷା ବନ୍ଧନ । ଏଥିପାଇଁ ପୁରପଲ୍ଲୀ ଉତ୍ସବ ମୁଖରିତ ହୋଇଉଠିଛି  । ଘରେ ଘରେ ପିଠାପଣା ଓ ମିଠାର ମହକ । ଭାଇ ହାତରେ ଭଉଣୀ ବାନ୍ଧିଛି ସଂପର୍କର ଡୋରୀ ।

ପ୍ରତିବଦଳରେ ଭଉଣୀକୁ ଭାଇ ଦେଇଛି ଜିଇଁ ଥିବା ଯାଏ ସୁରକ୍ଷାର ପ୍ରତିଶ୍ରୁତି । ପବିତ୍ର ରାକ୍ଷୀ ପୂର୍ଣ୍ଣମା ଅବସରରେ ଅସ୍ତରଙ୍ଗ ଅଞ୍ଚଳରେ ଦେଖିବାକୁ ମିଳିଛି ନିଆରା ରକ୍ଷା ବନ୍ଧନ । ମହିଳାମାନେ ଜଙ୍ଗଲର ଗଛକୁ ରାକ୍ଷୀ ବାନ୍ଧି ରକ୍ଷାବନ୍ଧନ ପର୍ବ  ପାଳିଥିବା ଦେଖିବାକୁ ମିଳିଛି । ଛୁରିଅନା ପଞ୍ଚାୟତର ମହିଳାମାନେ ଜଙ୍ଗଲର ସୁରକ୍ଷା ପାଇଁ ଗଛ ରେ ରାକ୍ଷୀ ବାନ୍ଧିଛନ୍ତି ।

ମା’ ଗଙ୍ଗା ଦେବୀଙ୍କ ନିକଟରେ ପୂଜାର୍ଚ୍ଚନା କରିବା ପରେ ଜଙ୍ଗଲ ଭିତରକୁ ଯାଇ ଗଛକୁ ବନ୍ଦାପନା କରି ରାକ୍ଷୀ ବାନ୍ଧିଛନ୍ତି । ଭାଇଟି ଯେପରି ଭଉଣୀର ସୁରକ୍ଷା କରିଥାଏ । ଠିକ ସେମିତି ଜୀବଜଗତକୁ ଗଛ ଓ ପ୍ରକୃତି ସୁରକ୍ଷା ଦେଇଥାଏ । ବାତ୍ୟା, ବନ୍ୟା, ସୁନାମୀ ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉପକୂଳବାସୀଙ୍କ ସୁରକ୍ଷା ବଳୟ ଭାବେ ଜଙ୍ଗଲର ଠିଆ ହୋଇଥାଏ । ତେଣୁ ଗଛକୁ ରାକ୍ଷୀ ବାନ୍ଧିଥିବା ମହିଳାମାନେ କହିଛନ୍ତି ।


Post Views: 7