Onn 3

ପ୍ରହସନ ପାଲଟିଛି ସରକାରୀ ନିୟମ, ଅଙ୍ଗନୱାଡ଼ି କର୍ମୀ ନିର୍ଦ୍ଦେଶନାମା ପାଳୁନାହାନ୍ତି

State

ଆଗରପଡ଼ା: ଅଙ୍ଗନୱାଡ଼ି କେନ୍ଦ୍ର ହେଉଛି ଗୋଟିଏ ଶିଶୁର ଶିକ୍ଷା କ୍ଷେତ୍ରର ମୂଳଦୁଆ ପଡ଼ିବାର ପ୍ରଥମ ସୋପାନ । ଏହିଠାରୁ ହିଁ ତାର ଶିକ୍ଷା ଆରମ୍ଭ ହୋଇଥାଏ । ମାତ୍ର ଏହି ଆରମ୍ଭ ବୟସରୁ ଅଙ୍ଗନୱାଡ଼ି କେନ୍ଦ୍ରରେ ଅଧ୍ୟୟନ କରୁଥିବା ପିଲାମାନେ କେନ୍ଦ୍ରର ଅବ୍ୟବସ୍ଥାକୁ ନେଇ ନିଜର ହତାଶ ଭାବ ପ୍ରକାଶ କରୁଛନ୍ତି । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକରେ । ଉକ୍ତ ବ୍ଲକର ୨୫ଟି ପଂଚାୟତରେ ୨୩୮ଟି ଅଙ୍ଗନବାଡ଼ି କେନ୍ଦ୍ର କାର୍ଯ୍ୟ କରୁଛି । ୨୫ଟି ପଂଚାୟତକୁ ୧୧ଟି ସେକ୍ଟରରେ ଭାଗ କରାଯାଇଛି । ପ୍ରତି ସେକ୍ଟରରେ କିଛି ପଂଚାୟତ ଅନ୍ତର୍ଗତ । ସୂଚନା ଅନୁଯାୟୀ ଅନ୍ୟ ସବୁ କାର୍ଯ୍ୟ ସହ ଅଙ୍ଗନୱାଡ଼ି କେନ୍ଦ୍ରରେ ଅଧ୍ୟୟନ କରୁଥିବା କୁନିକୁନି ପିଲାଙ୍କୁ ମିନି ଅଙ୍ଗନୱାଡ଼ିର କର୍ମୀ ନିଜେ ତାଙ୍କ ଘରକୁଘର ଯାଇ ପିଲାଙ୍କୁ ଶୃଂଖଳାର ସହ କେନ୍ଦ୍ରକୁ ଆଣିବା ଓ ଅଧ୍ୟୟନ ସରିବା ପରେ ଘରେ ନେଇ ଛାଡ଼ିବା ଏବଂ ଅଙ୍ଗନୱାଡ଼ି କେନ୍ଦ୍ରର ସହଯୋଗୀ(ହେଲ୍ଲପର)ଏହି କାର୍ଯ୍ୟକୁ ସୂଚାରୁରୂପେ ନିର୍ବାହ କରିବାକୁ ସରକାରୀ ନିର୍ଦ୍ଦେଶ ଥିବା ବେଳେ କେହିବି ଏହି କାର୍ଯ୍ୟ ସଂପାଦନା କରୁନଥିବା ଜଣାପଡ଼ିଛି ।

କେଉଁଠି ଜେଜେମା-ଜେଜେବାପା ଓ ଆଉ କେଉଁଠି ପିତା-ମାତା କିମ୍ବା ଭାଇ-ଭଉଣୀ ଏହି କାର୍ଯ୍ୟ ନିର୍ବାହ କରୁଛନ୍ତି । ଅନେକ ସ୍ଥାନରେ କୋମଳମତୀ ଶିଶୁ ନିଜେ କେନ୍ଦ୍ରକୁ ଯିବାର ଦେଖିବାକୁ ମିଳୁଛି । ବହୁ ସମୟରେ ଏଥିଯୋଗୁଁ ଶିଶୁମାନେ ଦୁର୍ଘଟଣାର ଶିକାର ମଧ୍ୟ ହେଉଛନ୍ତି । ଅଙ୍ଗନୱାଡ଼ି କର୍ମଚାରୀମାନେ ସରକାରଙ୍କ ନିର୍ଦ୍ଦେଶନାମାକୁ ସୂଚାରରୂପେ ପ୍ରତିପାଦନ କରୁନଥିବା ବେଳେ ନିଜ ପାରିଶ୍ରମକୁ ନେଇ ସରକାରଙ୍କ ଠାରେ ଦାବି ଉପସ୍ଥାପନା କରିବା ସହ ରାଜରାସ୍ତାରେ ଧାରଣାରେ ବସୁଥିବା କେତେଦୂର ଯୁକ୍ତି ସଂଗତ ତାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ତେଣୁ ସରକାରଙ୍କ ପ୍ରଦତ୍ତ ନିୟମକୁ ପ୍ରହସନରେ ପରିଣକ ନକରି ନିଜ ହକ ମାଗିବା ସହ ନିଜ କାର୍ଯ୍ୟକୁ ସଠିକ ରୂପେ ପ୍ରତିପାଦନ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।