Onn 3

ଆସାମକୁ ମିଳିବ ୪ ନୂଆ ଜିଲ୍ଲା ଓ ୮୧ ଉପଜିଲ୍ଲା

National & International

himant

ଆସାମକୁ ମିଳିବ ୪ ନୂଆ ଜିଲ୍ଲା। ଦେଶର ଏହି ପୂର୍ବୋତ୍ତର ରାଜ୍ୟରେ ୪ ନୂତନ ଜିଲ୍ଲା ଗଠନ ହେବ। ଶୁକ୍ରବାର ଏ ନେଇ ଘୋଷଣା କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱା ଶର୍ମା। ମୁଖ୍ୟମନ୍ତ୍ରୀ ନିଜ ମନ୍ତ୍ରୀମଣ୍ଡଳର ୧୦୦ତମ ବୈଠକରେ ଅଧ୍ୟକ୍ଷତା କରି ଗଣମାଧ୍ୟମ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରଶାସନିକ ଦକ୍ଷତାରେ ସୁଧାର ପାଇଁ ରାଜ୍ୟରେ ୪ ନୂଆ ଜିଲ୍ଲା ଗଠନ କରାଯିବ। ଏହାସହ ୮୧ ଉପ-ଜିଲ୍ଲା ଗଠନ କରାଯିବାକୁ ରାଜ୍ୟ କ୍ୟାବିନେଟ୍‌ରେ ନିଷ୍ପତ୍ତି ହୋଇଛି। ନୂତନ ଭାବେ ଗଠନ ହେବାକୁ ଥିବା ୪ ଜିଲ୍ଲା ହେଉଛି, ହୋଜଇ, ବିଶ୍ୱନାଥ, ତାମୁଲପୁର ଓ ବଜାଲି।

କହି ରଖୁଛୁ, ନୂତନ ଜିଲ୍ଲା ନିର୍ମାଣ ପରେ ଆସାମରେ ମୋଟ ୩୫ଟି ଜିଲ୍ଲା ହୋଇଯିବ। ହୋଜଇ ଜିଲ୍ଲାରେ ଲୁମଡିଙ୍ଗ୍‌, ହୋଜଇ ଓ ବିନକାଣ୍ଡୀ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଭୁକ୍ତ ରହିଛି। ବିଶ୍ୱନାଥ ଜିଲ୍ଲାରେ ବିହାଲି, ବିଶ୍ୱନାଥ ଓ ଗୋହପୁର ବିଧାନସଭା ନିର୍ବାଚନମଣ୍ଡଳୀ ରହିଛି।

ସେହିପରି ତାମୁଲପୁର ଜିଲ୍ଲାରେ ତାମୁଲପୁର ଓ ଗୋରେଶ୍ୱର ନିର୍ବାଚନମଣ୍ଡଳୀ ଅନ୍ତର୍ଭୁକ୍ତ ଥିବାବେଳେ ବଜାଲି ଜିଲ୍ଲାରେ ରହିଛି ବଜାଲି ଓ ଭବାନୀପୁର-ସୋରଭୋଗ ନିର୍ବାଚନମଣ୍ଡଳୀ।


Post Views: 7