Onn 3

ଦିଲ୍ଲୀ ଏୟାରପୋର୍ଟରେ ମୁହାଁମୁହିଁ ହେବାକୁ ଯାଉଥିଲା ୨ ବିମାନ; ଟଳିଗଲା ବଡ ବିପଦ

National & International

 

vis

ନୂଆଦିଲ୍ଲୀ: ଦିଲ୍ଲୀ ଏୟାରପୋର୍ଟରେ ଏକ ବଡ ଧରଣର ବିମାନ ଦୁର୍ଘଟଣାକୁ ଏଡାଇ ଦିଆଯାଇଛି । ଗୋଟିଏ ସମୟରେ ଦୁଇଟି ଅଲଗା ଅଲଗା ବିମାନକୁ ଲାଣ୍ଡିଂ ଏବଂ ଟେକ ଅଫ ଅନୁମତି ଦିଆ ଯାଇଥିଲା । ତେବେ ଦୁର୍ଘଟଣା ଘଟିବା ପୂର୍ବରୁ ଏହାକୁ ଅଟକାଇ ଦିଆ ଯାଇଥିଲା । ଯାହାଫଳରେ ଏକ ବଡ ଧରଣର ଦୁର୍ଘଟଣା ଅଳ୍ପକେ ଟଳି ଯାଇଥିଲା ।

ବୁଧବାର ସକାଳୁ  ଦିଲ୍ଲୀ ବିମାନ ବନ୍ଦରରେ ଉଦ୍‌ଘାଟନ କରାଯାଇଥିବା ରନୱେରେ ପଶ୍ଚିମ ବଙ୍ଗର ବାଗଡୋରା ଯାଉଥିବା ଭିସ୍ତାରା ବିମାନକୁ (UK72)କୁ ଉଡାଣ ପାଇଁ ଅନୁମତି ମିଳିଥିଲା। ଠିକ ସେହି ସମୟରେ ଅହମ୍ମଦାବାଦରୁ ଦିଲ୍ଲୀ ଆସୁଥିବା ଭିସ୍ତାରା ବିମାନ ଲାଣ୍ଡ କରୁଥିଲା । ପ୍ଲେନ ଟେକ ଅପ କରୁଥିଲା, ହଠାତ ଏଟିସି ବିମାନର ଉଡାଣକୁ ରୋକିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶ ପାଇବା କ୍ଷଣି ବିମାନ ଅଟକି ଯାଇଥିଲା । ଆଉ ଏହାର ମାତ୍ର କେଇ ମିନିଟ ପରେ ଅହମ୍ମଦାବାଦରୁ ଆସିଥିବା ପ୍ଲେନ ଲାଣ୍ଡିଂ କରିଥିଲା ।

ଗୋଟିଏ ସମୟରେ ଦୁଇଟି ବିମାନକୁ ଅନୁମତି ଦିଆଯାଇଥିଲା । ହେଲେ ଏଟିସିଙ୍କ ଠିକ ସମୟରେ ପରିସ୍ଥିତିକୁ ନିୟନ୍ତ୍ରଣ କରି ନେଇଥିଲେ । ଏଟିସି ଟେକଅଫ କରିବାକୁ ଯାଉଥିବା ବିମାନକୁ ତୁରନ୍ତ ଅଟକିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ବିମାନଟିକୁ ତୁରନ୍ତ ରନୱେରୁ ହଟାଇ ପାର୍କିଂ ସ୍ଥାନକୁ ନିଆଯାଇଥିଲା । ପରେ ଅହମ୍ମଦାବାଦରୁ ଆସିଥିବା ପ୍ଲେନ ବିନା ସମସ୍ୟାରେ ଲାଣ୍ଡିଂ କରିଥିଲା । ତେବେ ହଠାତ ଫ୍ଲାଇଟର ଉଡାଣ ଅଟକାଇବା ଏବଂ ରନୱେରୁ ପାର୍କିଂ ପ୍ଲେସକୁ ନେବା ଦେଖି ଯାତ୍ରୀମାନେ ଭୟଭୀତ ହୋଇ ଯାଇଥିଲେ ।

ସୂଚନାଥାଉ କି, ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର ଅନୁଯାୟୀ ବିମାନ ଟେକ ଅଫ ବା ଲାଣ୍ଡିଂ କରୁଥିବାବେଳେ ଅନ୍ୟ ବିମାନର ପ୍ରବେଶ ପାଇଁ ଅନୁମତି ନ ଥାଏ ।

Post Views: 8