Onn 3

୪୦ଥର ଟ୍ରାଫିକ ନିୟମ ଭାଙ୍ଗି ଧରାପଡିଲେ ବ୍ୟକ୍ତି, ଦେଲେ ୧୨ ହଜାର ଟଙ୍କା ଜରିମାନା

National & International

fine

ବେଙ୍ଗାଲୁରୁ: ଚାଲାଣ ଉପରେ ଲାଗିଲା ଚାଲାଣ । ଅନେକ ଲୋକ ଟ୍ରାଫିକ ନିୟମ ଭାଙ୍ଗିଥିବା ତ ଆପଣମାନେ ଜାଣିଥିବେ । କିନ୍ତୁ ଜଣେ ବ୍ୟକ୍ତି ୪୦ ଥର ଟ୍ରାଫିକ ନିୟମ ଭାଙ୍ଗି ଜରିମାନା ଦେଇଛନ୍ତି । ବେଙ୍ଗାଲୁରୁ ଟ୍ରାଫିକ ପୋଲିସ ଜଣେ ବ୍ୟକ୍ତି ଟ୍ରାଫିକ ନିୟମ ଭାଙ୍ଗିଥିବାର ୪୦ଟି ପେଣ୍ଡିଂ ମାମଲାର ଲିଷ୍ଟକୁ ଧରାଇଥିବା ଦେଖିବାକୁ ମିଳିଛି । ପୋଲିସ ଗାଡ଼ି ମାଲିକଙ୍କୁ ୧୨ ହଜାର ଟଙ୍କାର ଜରିମାନା ଦେବାକୁ କହିଛନ୍ତି ।

ବ୍ୟକ୍ତି ଜଣକ ଥାଲାଘଟ୍ଟା ପୋଲିସ ସୀମା ନିକଟରେ ଧରାପଡିଥିଲେ । ପୋଲିସ ତାଙ୍କ ବିରୋଧରେ ଦୀର୍ଘଦିନରୁ ଥିବା ପେଣ୍ଡିଂ ମାମଲାକୁ ଖୋଜିଥିଲେ  । ଏବଂ ଘଟଣାସ୍ଥଳରୁ ତାଙ୍କଠାରୁ ଜରିମାନା ଆଦାୟ କରିଥିଲେ ।  ତେବେ ବ୍ୟକ୍ତିଙ୍କ ଠାରୁ ଚାଲାଣ କଟାଯିବା ପରେ ଏହି ଫଟୋକୁ ସୋସିଆଲ ମିଡିଆରେ ସେୟାର କରାଯାଇଛି ।


Post Views: 7