Onn 3

ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ‘ଇଡି’ ସମନ୍‌

National & International

hemanta

ନୂଆଦିଲ୍ଲୀ: ଜମି ହଡ଼ପ ମାମଲାରେ ଅଗଷ୍ଟ ୨୪ ତାରିଖ ଦିନ ଅଦାଲତରେ ହାଜର ହେବା ପାଇଁ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ (ଇଡି) ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ସମନ୍‌ ଜାରି କରିଛି। ଏହି ମାମଲାରେ ଅଗଷ୍ଟ ୧୪ ତାରିଖ ଦିନ ହାଜର ହେବା ପାଇଁ ପୂର୍ବରୁ ‘ଇଡି’ ମୁଖ୍ୟମନ୍ତ୍ରୀ ସୋରେନ୍‌ଙ୍କୁ ସମନ୍‌ ଜାରି କରିଥିଲା। କିନ୍ତୁ, ଅଧିକ ସମୟ ଆବଶ୍ୟକ ବୋଲି ଜଣାଇ ସେ ସେଦିନ ‘ଇଡି’ କାର୍ଯ୍ୟାଳୟରେ ହାଜର ହୋଇ ନ ଥିଲେ। ଏହା ପୂର୍ବରୁ ଏକ ବେଆଇନ ଖଣି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟର ରାଞ୍ଜି ଅଫିସ୍‌ ମୁଖ୍ୟମନ୍ତ୍ରୀ ସୋରେନ୍‌ ଓ ତାଙ୍କ ସ୍ତ୍ରୀଙ୍କୁ ପ୍ରାୟ ୧୦ ଘଣ୍ଟା ଜେରା କରିଥି‌ଲା।

ଉପରୋକ୍ତ ଜମି ହଡ଼ପ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ଜଣେ ‘ଆଇଏଏସ୍‌’ ଅଧିକାରୀଙ୍କ ସମେତ ୧୩ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। ଜୁଲାଇ ୮ ତାରିଖ ଦିନ ସୋରେନ୍‌ଙ୍କ ବିଧାୟକ ପ୍ରତିନିଧି ପଙ୍କଜ ମିଶ୍ରାଙ୍କ ବାସଭବନରେ ଚଢ଼ଉ କରିଥିଲା। ସେଠାରୁ ପ୍ରବର୍ତ୍ତନ ନିର୍ଦେଶାଳୟ ମୁଖ୍ୟମନ୍ତ୍ରୀଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ ସହିତ ‘ଲିଙ୍କ୍‌’ ଥିବା ଏକ ପାସବୁକ୍‌ ପାଇଥିଲା। ଫଳରେ ମୁଖ୍ୟମନ୍ତ୍ରୀ ସୋରେନ୍‌ଙ୍କ ନାଁ ଏହି ମାମଲାରେ ଅନ୍ତର୍ଭୁକ୍ତ ହୋଇଥିଲା।

ମିଶ୍ରାଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ଅଦ୍ଭୁତ କଥା ହେଉଛି, ଜନସାଧାରଣଙ୍କ ଜମି ସବୁ ବେଆଇନଭାବେ ହଡ଼ପ କରିବା ଲାଗି ଅଭିଯୁକ୍ତ ୧୯୩୨ ମସିହାର କାଗଜପତ୍ର ବ୍ୟବହାର କରିଛନ୍ତି। ଜମି ମାଲିକମାନଙ୍କୁ ସେ କହିଛନ୍ତି ଯେ, ସେମାନଙ୍କର ବାପା ଓ ଜେଜେବାପା ଉକ୍ତ ଜମି ସବୁ ବିକ୍ରି କରିଦେଇଥିଲେ। ଏହି ଜମି ସବୁକୁ ସେନାକୁ ଲିଜ୍‌ରେ ଦେଇ  ପରେ ଅଭିଯୁକ୍ତ କୌଶଳକ୍ରମେ ଅନ୍ୟମାନଙ୍କୁ ବିକ୍ରୟ କରିଥିଲେ।


Post Views: 6