Onn 3

କମ୍ବିଂ ଅପରେସନ ବେଳେ ମାଓ କ୍ୟାମ୍ପ ଠାବ, ବିପୁଳ ପରିମାଣରେ ବିସ୍ଫୋରକ ଜବତ

State

ନୂଆପଡ଼ା : ନୂଆପଡ଼ା ଲାଲବାହିନୀ କ୍ୟାମ୍ପ ଧ୍ବଂସ, ଖସିଗଲେ ମାଓବାଦୀ । ଓଡ଼ିଶା-ଛତିଶଗଡ ସୀମାନ୍ତ ପାଟଦରା ସଂରକ୍ଷିତ ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ । ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ପାଟଦରା ସଂରକ୍ଷିତ ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ ହୋଇଛି । ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ସହ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି । ପାଟଦରା ସଂରକ୍ଷିତ ଜଙ୍ଗଲରେ ଓଡ଼ିଶା ଓ ଛତିଶଗଡର ଟପ ମାଓନେତା ମେଳି ସହ ବଡଧରଣର ଅଘଟଣ ଘଟେଇବା ପାଇଁ ଯୋଜନା କରୁଥିବା ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା ।

ସେହି ଅଞ୍ଚଳରେ ସିଆରପିଏଫ, ଏସଓଜି ଓ ଡିଭିଏଫ ଯବାନଙ୍କ ପକ୍ଷରୁ ମିଳିତ ଭାବେ କମ୍ବିଂ ଅପରେସନ କରାଯାଇଥିଲା । ଏହାପରେ ମାଓବାଦୀମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ । ପରେ ସେଠାରୁ ପୋଲିସ ମାଓକ୍ୟାମ୍ପ ଠାବ କରିଛି। ଏବେବି ସଂପୃକ୍ତ ଅଂଚଳରେ ପୋଲିସ ପକ୍ଷରୁ କମ୍ବିଂ ଅପରେସନ ଜାରି ରହିଥିବା ନୂଆପଡ଼ା ଏସପି ଜିଆର ରାଘବେନ୍ଦ୍ର ସୂଚନା ଦେଇଛନ୍ତି।