Onn 3

ରାହୁଲ ଗାନ୍ଧି ଆମେଠିରୁ ଲଢ଼ିବେ ଲୋକସଭା ନିର୍ବାଚନ, ୟୁପି କଂଗ୍ରେସ ଅଧ୍ୟକ୍ଷଙ୍କ ବଡ଼ ଘୋଷଣା

National & International

ଲୋକସଭା ନିର୍ବାଚନ ୨୦୨୪କୁ ନେଇ ସମସ୍ତ ଦଳ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ଏହାରି ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ୟୁପି କଂଗ୍ରେସର ନୂତନ ଅଧ୍ୟକ୍ଷ ଅଜୟ ରାୟ କହିଛନ୍ତି ଯେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଆମେଠିରୁ ନିର୍ବାଚନ ଲଢ଼ିବେ।

ଉତ୍ତର ପ୍ରଦେଶ କଂଗ୍ରେସ ମୁଖ୍ୟ ଘୋଷଣା କରିଛନ୍ତି, ରାହୁଲ ଗାନ୍ଧି ନିଶ୍ଚିତ ଭାବେ ଆମେଠିରୁ ନିର୍ବାଚନ ଲଢ଼ିବେ। ପ୍ରିୟଙ୍କା ଗାନ୍ଧି ଯେଉଁଠାରୁ ନିର୍ବାଚନ ଲଢ଼ିବାକୁ ଇଚ୍ଛା କରିବେ, ତାହା ବନାରସ୍‌ ହୋଇଥାଉ ନା କାହିଁକି, ସେଠାରୁ ସେ ଲଢ଼ିବେ।

ଏହି ସମୟରେ ଅଜୟ ରାୟ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଉପରେ ଖୁବ୍‌ ବର୍ଷିଥିଲେ ଏବଂ କହିଥିଲେ କି, ସେ ପ୍ରତି କିଲୋ ପିଛା ୧୩ ଟଙ୍କାରେ ଚିନି ଦେଉଥିଲେ, ବର୍ତ୍ତମାନ ସେ କେଉଁଠି।

କହି ରଖୁଛୁ, ଆମେଠି କଂଗ୍ରେସର ଗଡ଼ ଥିଲା, କିନ୍ତୁ ୨୦୧୯ ନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କଂଗ୍ରେସ ଗଡ଼ରେ ବିଜୟ ହାସଲ କରିଥିଲେ। ସେ ଆମେଠି ଲୋକସଭା ଆସନରେ ରାହୁଲ ଗାନ୍ଧିଙ୍କୁ ପରାସ୍ତ କରିଥିଲେ।