Onn 3

ଭିସ୍ତାରା ଫ୍ଲାଇଟରେ ବୋମା ଭୟ: ଦିଲ୍ଲୀ ବିମାନ ବନ୍ଦରରେ ଛାନଭିନ

National & International

ନୂଆଦିଲ୍ଲୀ: ଭିସ୍ତାରା ବିମାନକୁ ବୋମାରେ ଉଡାଇ ଦେବାକୁ ଧମକ । ଏପରି ଧମକ ଶୁଣିବା ପରେ ଚାରିଆଡେ ଖେଳିଗଲା ହଇଚଇ । ଦିଲ୍ଲୀ ଏୟାରପୋର୍ଟରେ ଆଜି ଏପରି ଘଟଣା ଦେଖିବାକୁ ମିଳିଥିଲା ।

ଆଜି ସକାଳୁ ସକାଳୁ ଦିଲ୍ଲୀ-ପୁଣେ ଫ୍ଲାଇଟକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିଥିଲା । ୮ଟା ୫୩ ମିନିଟରେ ଜିଏମଆର କଲ ସେଣ୍ଟରକୁ କଲ ଆସିଥିଲା ।  ଫ୍ଲାଇଟ ଏୟାରପୋର୍ଟରେ ପହଞ୍ଚିବା ପରେ ତଦନ୍ତ ଆରମ୍ଭ ହୋଇଥିଲା । ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବିମାନରୁ ବାହାରକୁ ନିଆ ଯାଇଥିଲା । ବିମାନ ବନ୍ଦରରେ ଯାଞ୍ଚ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ସମସ୍ତ ଯାତ୍ରୀଙ୍କୁ ସେମାନଙ୍କ ଜିନିଷପତ୍ର ସହ ଓହ୍ଲାଇ ଦିଆଯାଇଛି ।

ତେବେ ଆଶ୍ୱସ୍ତିର କଥା ଯେ, ଯାଞ୍ଚ ପରେ କୌଣସି ସନ୍ଦିଗ୍ଧ ଜିନିଷ ବିମାନ ଭତରୁ ମିଳି ନ ଥିଲା । ଫ୍ଲାଇଟର ଭିତର  ଏବଂ ବାହାର ସବୁଆଡ ଛାନଭିନ ପରେ ବି କୌଣସି ବିସ୍ଫୋରକ ଜିନିଷ ବା ସେମିତି କିଛି ବାହାରି ନାହିଁ । ଏ ନେଇ ଭିସ୍ତାରା କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଭିସ୍ତାରାର ଜଣେ ପ୍ରବକ୍ତା କହିଛନ୍ତି, ଆମେ ଏଥିପାଇଁ ସୁରକ୍ଷା ଏଜେନ୍ସିକୁ ସହଯୋଗ କରୁଛୁ । ଇତିମଧ୍ୟରେ ଆମେ ଆମର ଗ୍ରାହକଙ୍କୁ ଜଳଖିଆ  ଦେଇଛୁ । ଏଥିସହ ଅନ୍ୟ ଅସୁବିଧା  ଦୂର କରିବା ପାଇଁ ଚେଷ୍ଟା କରୁଛୁ ।