Onn 3

ପାଦରେ ହରିଆଣାରୁ ପୁରୀ ଯାତ୍ରା କଲେ ଅଶୋକ ବର୍ମା

State

ଜନ୍ମ ହେଲା ଦିନୁ ଥରେ ବି ଜଗାକୁ ଦେଖି ନ ଥିଲେ। ହେଲେ ଯେବେ ଥରେ ଜଗା ଫଟୋରେ ନଜର ପଡ଼ିଗଲା ସେବେଠୁ ଅଥୟ କଲା କାଳିଆ ପ୍ରେମ । କାଳିଆକୁ ଥରେ ଦେଖିବାକୁ ଓ ଦର୍ଶନ କରିବାକୁ ସୁଦୂର ହରିୟାଣାରୁ ପୁରୀ ଦୌଡ଼ି ଆସୁଛନ୍ତି ଅଶୋକ ବର୍ମା ନାମକ ଯୁବକ ।

ହରିୟାଣାର ଫରିଦାବାଦ ଅଞ୍ଚଳର ଅଶୋକ ବର୍ମା ମେ’ ମାସ ୩୦ ତାରିଖ ରେ ପାଦରେ ଚାଲି ଚାଲି ବାହାରିଥିଲେ ବାଗେଶ୍ୱର ଧାମ । ସେ ଜୁନ ୧୯ ତାରିଖରେ ବାଗେଶ୍ୱର ଧାମରେ ପହଞ୍ଚିଥିଲେ । ସେଠାରେ ସେ ବାଗେଶ୍ୱର ଧାମ ଦର୍ଶନ କରିବା ସହ ବାବାଙ୍କ ନିକଟରେ ନିଜର ଗୁହାରୀ ଜଣାଇଥିଲେ। ଆଉ ତା’ପରେ ଯାହା ହୋଇଥିଲା ତାହା ଆଶ୍ଚର୍ଯ୍ୟଠୁ କମ୍‌ ନୁହେଁ ।

ବାବାଙ୍କ ନିକଟରେ ଥିବା ମହାପ୍ରଭୁ ଜଗନ୍ନାଥଙ୍କ ଫଟୋ ଚିତ୍ର ଉପରେ ଅଶୋକଙ୍କ ନଜର ପଡ଼ିଗଲା । ସେବେଠୁ ସେ ଜଗନ୍ନାଥଙ୍କ ପ୍ରେମରେ ପଡ଼ି ଯାଇଥିବା ବେଳେ ତାଙ୍କ ଚକା ଚକା ଆଖି ତାଙ୍କୁ ଅଥୟ କଲା । ଏହାପରେ ମହାପ୍ରଭୁଙ୍କ ନାମ ନେଇ ସେଠାରୁ ପାଦରେ ଚାଲି ଚାଲି ସିଧା ପୁରୀ ଜଗନ୍ନାଥ ଧାମ ବାହାରିଥିଲେ ।

ସେ ସୋନପୁର ଏବଂ ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଦେଇ ୫୭ ନମ୍ବର ଜାତୀୟ ରାଜପଥରେ ପୁରୀ ଅଭିମୁଖେ ପାଦ ବଢ଼ାଇ ଚାଲିଛନ୍ତି। ସେ ଜଗନ୍ନାଥଙ୍କୁ ଦର୍ଶନ କରି ନିଜ ଗୁହାରୀ ତାଙ୍କ ଜାଗା ପାଖରେ ରଖିବେ ବୋଲି କହିଛନ୍ତି ।

ଏନେଇ ଅଶୋକ ବର୍ମା କହିଛନ୍ତି, ମୁଁ ଜଗନ୍ନାଥଙ୍କ ସମ୍ପର୍କରେ ପୂର୍ବରୁ ଶୁଣିଥିଲେ ବି ବିଶେଷ କିଛି ଧାରଣା ନ ଥିଲା। ମାତ୍ର ବାଗେଶ୍ୱର ଧାମ ପୀଠରେ

ଜଗନ୍ନାଥଙ୍କ ଫଟୋ ଦେଖିବା ପରେ ତାଙ୍କ ଦର୍ଶନ କରିବାକୁ ମୋ’ ମନରେ ଇଚ୍ଛା ଜାଗ୍ରତ ହେଲା। ଏହାପରେ ଆଉ ଘରକୁ ନ ଫେରି ୯ ଜୁଲାଇରୁ ପୁରୀ ଅଭିମୁଖେ ବାହାରି ଚାଲିବାରେ ଲାଗିଛି।