Onn 3

ଉଭୟ ଭାରତ ଓ ପାକିସ୍ତାନ ମୋ ପାଇଁ ସୁନ୍ଦର; ମୁଁ ମୋ ଦେଶକୁ ଖୁବ୍ ଭଲପାଏ: ଅଞ୍ଜୁ

National & International

[ad_1]

anju

ଇସଲାମାବାଦ: ଭାରତରୁ ନିଜ ପ୍ରେମିକ ନସରୁଲ୍ଲାଙ୍କୁ ଭେଟିବା ପାଇଁ ପାକିସ୍ତାନ ଯାଇଥିବା ଅଞ୍ଜୁ ସେଠାରୁ ନିଜ ଦେଶ ପାଇଁ ଏକ ବାର୍ତ୍ତା ପଠାଇଛନ୍ତି। ଅଞ୍ଜୁ ନିକଟରେ ଏକ ଭିଡିଓ ଜାରି କରି ସେ ଭାରତ ଆସିବା ବିଷୟରେ କହିଛନ୍ତି। ଅଞ୍ଜୁଙ୍କ ସହ ଏହି ଭିଡିଓରେ ନାସରୁଲ୍ଲା ମଧ୍ୟ ନଜର ଆସିଛନ୍ତି। ଅଞ୍ଜୁ ଜୁଲାଇରେ ପାକିସ୍ତାନ ଯାଇ ତାଙ୍କ ପାକିସ୍ତାନୀ ଫେସବୁକ ବନ୍ଧୁ ନାସରୁଲ୍ଲାଙ୍କୁ ଭେଟିଥିଲେ। ଅଞ୍ଜୁଙ୍କ ଭିସା ଯାହା ଅଗଷ୍ଟ ୨୦ରେ ଶେଷ ହେବା କଥା, ତାହା ବର୍ତ୍ତମାନ ଏକ ବର୍ଷ ପାଇଁ ବୃଦ୍ଧି କରାଯାଇଛି।
ଅଞ୍ଜୁଙ୍କ ଅନୁଯାୟୀ ଉଭୟ ଭାରତ ଏବଂ ପାକିସ୍ଥାନ ସୁନ୍ଦର ଦେଶ ଏବଂ ସେ ଦେଶଦ୍ରୋହୀ ନୁହଁନ୍ତି। ଅଞ୍ଜୁଙ୍କ ଭିଡିଓ ଦେଖି ଜଣାପଡୁଛି ଯେ ସେ ଗଣମାଧ୍ୟମ ସହ କଥା ହେଉଛନ୍ତି। ନାସରୁଲ୍ଲାଙ୍କ ସହ ନଜର ଆସିଥିବା ଅଞ୍ଜୁ କହିଛନ୍ତି, ‘ସମସ୍ତେ ଅନୁଭବ କରୁଛନ୍ତି ଯେ ମୁଁ ଆସି ଏହି ସ୍ଥାନକୁ ପ୍ରଶଂସା କରୁଛି। ସେପରି ଆ‌ଦୌ ବି ନୁହେଁ। ଭାରତ ମଧ୍ୟ ଖୁବ୍ ସୁନ୍ଦର। ଏହା ପୂର୍ବରୁ ଗୋଟାଏ ଦେଶ ହିଁ ଥିଲା। ଏହା ନୁହେଁ ଯେ ମୁଁ ଭାରତକୁ ଭଲପାଏ ନାହିଁ।’ ସେ ଆହୁରି ମଧ୍ୟ କହିଛନ୍ତି, ‘ମୁଁ ମଧ୍ୟ ଭାରତ ଫେରିଯିବି। ମୁଁ ଆଦୌ ବି ଦେଶଦ୍ରୋହୀ ନୁହେଁ। ନସରୁଲ୍ଲାଙ୍କୁ ନେଇ ଭାରତ ଯିବି।’

ଅଞ୍ଜୁ କହିଛନ୍ତି ଯେ ତାଙ୍କ ବିଷୟରେ ଗଣମାଧ୍ୟମରେ ଅନେକ ଗୁଜବ ରହିଛି। ତାଙ୍କର ଏକ ଫଟୋ ଦେଖାଇ କୁହାଯାଉଛି ଯେ ସେ ନିଜ ଦେଶ ପ୍ରତି ବିଶ୍ୱାସଘାତକତା କରିଛନ୍ତି, ପିଲାମାନଙ୍କ ସହ ଭୁଲ କରିଛନ୍ତି। କିନ୍ତୁ ସେପରି ନୁହେଁ, ମୁଁ ଜଣେ ମଣିଷ ଓ ମୋ ପ୍ରତି ଟିକେ ସକାରାତ୍ମକ ଭାବ ରଖନ୍ତୁ ବୋଲି କହି ସେ ନିବେଦନ କରିଛନ୍ତି।

[ad_2]