Onn 3

ଅନଓ୍ବର-ଉଲ୍-ହକ୍ କକର୍ ହେଲେ ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ

National & International

ଇସଲାମାବାଦ: ପାକିସ୍ତାନର ନ୍ୟାସନାଲ ଆସେମ୍ବ୍ଲି ଭଙ୍ଗ ହେବା ପରେ ସେଠାକାର ରାଜନୈତିକ ବାତାବରଣ ଗରମ ହୋଇଛି। ଅନ୍ୟପକ୍ଷରେ ନ୍ୟାସନାଲ ଆସେମ୍ବ୍ଲିରେ ବିଦାୟୀ ବିରୋଧୀ ଦଳ ନେତା ରାଜା ରିୟାଜ୍ କହିଛନ୍ତି ଯେ ଅନୱର-ଉଲ-ହକ୍ କକର୍ ପାକିସ୍ତାନର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ମନୋନୀତ ହୋଇଛନ୍ତି। ପାକିସ୍ତାନର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଅନଓ୍ଵାର-ଉଲ-ହକ୍ କାକର ପାକିସ୍ତାନର ଉଚ୍ଚ ସଦନ ସିନେଟର ସଦସ୍ୟ ଅଛନ୍ତି। ସେ ୨୦୧୮ରୁ ସିନେଟ୍ ର ସଦସ୍ୟ ଅଛନ୍ତି ଏବଂ ବାଲୁଚିସ୍ତାନ ଆୱାମୀ ପାର୍ଟିର ସଦସ୍ୟ ଅଛନ୍ତି। ପାକିସ୍ତାନରେ ନିର୍ବାଚନ ପର୍ଯ୍ୟନ୍ତ ସେ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଭାବେ ରହିବେ।
ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ଶନିବାର ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛି। ଶନିବାର ବିଦାୟୀ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏବଂ ନ୍ୟାସନାଲ ଆସେମ୍ବଲିରେ ବିଦାୟୀ ବିରୋଧୀ ଦଳ ନେତା ରାଜା ରିୟାଜଙ୍କ ମଧ୍ୟରେ ହୋଇଥିବା ବୈଠକ ପରେ ଏହି ବହୁ ପ୍ରତୀକ୍ଷିତ ଘୋଷଣା କରାଯାଇଛି। ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ବୈଠକରେ ଏହି ସମ୍ମାନଜନକ ପଦ ପାଇଁ ଅନଓ୍ଵାର-ଉଲ-ହକ୍ କକରଙ୍କ ନାମ ରେ ସହମତି ହୋଇଥିଲା। ପାକ୍ ପିଏମଓ ପକ୍ଷରୁ ଜାରି ଏକ ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ, କାକରଙ୍କୁ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରିବା ନେଇ ପ୍ରଧାନମନ୍ତ୍ରୀ ଶେହବାଜ ଏବଂ ରିୟାଜ୍ ରାଷ୍ଟ୍ରପତି ଆଲଭିଙ୍କୁ ପରାମର୍ଶ ପଠାଇଛନ୍ତି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଶାହବାଜଙ୍କୁ ଭେଟିବା ପରେ ରିଆଜ୍ ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାହାରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଏହି ସୂଚନା ଦେଇଛନ୍ତି।