Onn 3

ସରିଲା ରାଜ୍ୟର ପ୍ରଥମ ପର୍ଯ୍ୟାୟ ମେଡିକାଲ ନାମଲେଖା

State

ଭୁବନେଶ୍ଵର: ରାଜ୍ୟରେ ଥିବା ୧୬ଟି ମେଡିକାଲ କଲେଜରେ ଚଳିତ ବର୍ଷ ଶିକ୍ଷାବର୍ଷ ପାଇଁ ନାମଲେଖା ଅନୁଷ୍ଠିତ ହେଉଛି । ସମୁଦାୟ ୨୦୬୩ଟି ସିଟ୍‌ରେ ନାମଲେଖା ଚାଲିଛି । ତେବେ ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ଶେଷ ହେବା ପରେ ୪୫୨ଟି ସିଟ୍ ଖାଲି ପଡ଼ିଛି । ଏହି ଖାଲି ଆସନ ପୂରଣ ଲାଗି ଦ୍ବିତୀୟ ପର୍ଯ୍ୟାୟ କାଉନସେଲିଂ ପାଇଁ ଆସନ୍ତା ୧୪ ରୁ ୨୮ ତାରିଖ ମଧ୍ୟରେ ନାମ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଓଜେଇଇ ପକ୍ଷରୁ ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ କେବଳ ବାଲେଶ୍ବର ସ୍ଥିତ ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲର ସବୁ ସିଟ୍ ପୂରଣ ହୋଇଛି । ଅନ୍ୟ ସମସ୍ତ କଲେଜର ଉଭୟ ଏମବିବିଏସ ଓ ବିଡିଏସ୍ ସିଟ୍ ଖାଲି ପଡିଛି । ୨୦୨୩-୨୪ ଶିକ୍ଷାବର୍ଷରେ ଏମ୍‌ବିବିଏସ୍‌ ଓ ବିଡିଏସ୍‌ ପାଠ୍ୟକ୍ରମ ଥିବା ଓଡ଼ିଶାର ୧୬ଟି ମେଡିକାଲ କଲେଜର ୧୯୦୦ ଏମ୍‌ବିବିଏସ୍‌ ଓ ୧୬୩ ବିଡିଏସ୍‌ ସିଟ୍‌କୁ ମିଶାଇ ମୋଟ ୨୦୬୩ ସିଟ୍‌ରେ ନାମଲେଖା ହେଉଛି । ସେଥିମଧ୍ୟରୁ ଓଜେଇଇ ପକ୍ଷରୁ ୧୮୨୦ ସିଟ୍‌ ଲାଗି କାଉନସେଲିଂ କରାଯାଇଛି । ସେଥିରେ ୧୬୬୬ ଏମ୍‌ବିବିଏସ୍‌ ଓ ୧୫୪ ବିଡିଏସ୍ ସିଟ୍‌ ରହିଛି । ଅନ୍ୟପଟେ ଚଳିତ ବର୍ଷ ଓଡ଼ିଶାର ଦୁଇଟି ନୂଆ ମେଡିକାଲ କଲେଜରେ ପ୍ରଥମ ଥର ପାଇଁ ନାମଲେଖା ଅନୁଷ୍ଠିତ ହେଉଛି । ସେହି ଦୁଇଟି ମେଡିକାଲ କଲେଜ ହେଲା ଭବାନୀପାଟଣାର ସରକାରୀ ମେଡିକାଲ କଲେଜ ଓ କଟକ ଟାଙ୍ଗୀ ସ୍ଥିତ ଡ୍ରିମ୍ସ ଘରୋଇ ମେଡିକାଲ କଲେଜ ।