Onn 3

ଭଞ୍ଜସେନା ଆଦିବାସୀ ଶାଖାର ହେବାକୁ ଥିବା ଅନଶନ ସ୍ଥଗିତ

State

ବାରିପଦା: ଜାହେର ଥାନ ବା ଜାହିରା, ଆଦିବାସୀ ସଂସ୍କୃତି, ପରମ୍ପରା ଓ ପ୍ରକୃତି ସହ ଜଡିତ l ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଜାହିରା ସହ ସେମାନଙ୍କର ସମ୍ପର୍କ ଥାଏ l ଜାହିରା ହେଉଛି ଆଦିବାସୀଙ୍କର ମନ୍ଦିର l ତାର ସୁରକ୍ଷା ଓ ବିକାଶ ପାଇଁ ସରକାର ଯଦିଓ ଘୋଷଣା କରୁଛନ୍ତି ତାସତ୍ୱେ ଗାଁ ଜାହିରା ଗୁଡିକର ଏ ପର୍ଯ୍ୟନ୍ତ ପଟ୍ଟା ହେଇ ପାରିନାହିଁ l ଜିଲ୍ଲାର ର ଅନେକ ଜାହିରା ଗୁଡିକର ଚାରି ପାର୍ଶ୍ୱରେ ଲୋକଙ୍କ ଧାନ ଜମି ଥିବାରୁ ଜାହିରା ଜମି ଆଡକୁ ଲୋକେ ମାଡି ଆସୁଥିବାରୁ ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀ ମାନେ ସମୟ ସମୟରେ ମିଟିଂ ମଧ୍ୟ କରୁଛନ୍ତି l ଏଣୁ ଯଦି ଜାହିରା ଜାଗା ର ଚି଼ହ୍ନଟ ପ୍ରକ୍ରିୟା କରି ତାର ପଟ୍ଟା ଦେବାର ବ୍ୟବସ୍ଥା କରାଯାଏ, ତା ହେଲେ ଲୋକେ ଜାହିରା ଜମିର ଜମି ଜବରଦଖଲ ହବାରୁ ମୁକ୍ତି ପାଇବା ସହ ଗ୍ରାମ ପରମ୍ପରା ସ୍ଥଳୀ ର ମଧ୍ୟ ସୁରକ୍ଷା ଓ ସଂରକ୍ଷଣ ହେଇ ପାରିବ | ଏଣୁ ଯଥାଶୀଘ୍ର ଜାହିରା ପୀଠ ଗୁଡିକର ସ୍ଥାୟୀ ସାରକାରୀ ପଟ୍ଟା ପ୍ରଦାନ କରାଯାଉ |

ଓଡ଼ିଶାରେ ଫୁଟବଲ ଖେଳର ଏନ୍ତୁଡ଼ିଶାଳ କହିଲେ ଆଦିବାସୀ ବହୁଳ ମୟୁରଭଞ୍ଜ କୁ ହିଁ ବୁଝାଇଥାଏ ଆଉ ଉଭୟ ପୁରୁଷ ଓ ମହିଳା ଫୁଟବଲ ଖେଳାଳୀ ମଧ୍ୟରୁ ୯୯% ଭାଗ ହେଉଛନ୍ତି ଆଦିବାସୀ ସାମ୍ପ୍ରଦାୟର | ଆଉ ଗରୀବ ଆଦିବାସୀ କ୍ରୀଡ଼ାବିତ ମାନେ ଘରେ ପଖାଳ ଶାଗ ଖାଇ ଖେଳୁଛନ୍ତି ତାସହିତ ଅର୍ଥଭାବ ଯୋଗୁଁ ବହୁ ଭଲ କ୍ରୀଡ଼ାବିତ ମାନେ ଅଧାରୁ ଖେଳ ଛାଡି ନିଜ ପରିବାରର ପେଟପୋଷିବା ପାଇଁ ତାଙ୍କ କୌଳିକ ବୃତ୍ତି କୁ ଆପଣାଇବାକୁ ପଡୁଛି, ଯଦ୍ୱାରା ଖେଳର ମାନ କମି କମି ଯାଉଛି |ଏଣୁ ବିଗତ ବହୁବର୍ଷ ଧରି ଆମ୍ଭେ ସଂଗଠନ ପକ୍ଷରୁ ଫୁଟବଲ ର ଏନ୍ତୁଡ଼ିଶାଳ ଆମ ମୟୁରଭଞ୍ଜ ରେ ଫୁଟବଲ ଏକାଡେମୀ ପ୍ରତିଷ୍ଠା ପାଇଁ ଦାବୀ କରିଆସୁଛୁ, କାହିଁକିନା ମୟୁରଭଞ୍ଜ ରେ ଏକାଡେମୀ ପ୍ରତିଷ୍ଠା ହେଲେ ଗରୀବ କ୍ରୀଡ଼ାବିତ ମାନେ ଘରେ ଶାଗ ପଖାଳ ଖାଇ ଖେଳିବା ପରିବର୍ତ୍ତେ ସରକାରୀ ସହାୟତାରେ ଆହୁରି ଉନ୍ନତ ଖେଳ ପ୍ରଦର୍ଶନ କରିବେ ଏବଂ ନିଜ ଜିଲ୍ଲା ରାଜ୍ୟ ତଥା ଦେଶ ବିଦେଶରେ ମୟୁରଭଞ୍ଜ ତଥା ଓଡ଼ିଶାର ମାନ ବଢେଇବେ | ଭୁବନେଶ୍ୱର ରେ ଏକାଡେମୀ ରେ ଯାଇ କ୍ରୀଡ଼ାବିତ ମାନେ ଫୁଟବଲ ଖେଳିବା ସମ୍ଭବପର ନୁହେଁ ଏଣୁ ଯଥାଶୀଘ୍ର ମୟୁରଭଞ୍ଜ ରେ ଏକ ଫୁଟବଲ ଏକାଡେମୀ ପ୍ରତିଷ୍ଠା କରାଯାଉ |

ଆଦିବାସୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ମୁଖ୍ୟ ଦାୟିତ୍ୱରେ ଥିବା ମୟୁରଭଞ୍ଜ ର ଚାରି ଗୋଟି ITDA (ରାଇରଙ୍ଗପୁର, କରଞ୍ଜିଆ, ଉଦଳା ଓ ବାରିପଦା ) ତାଙ୍କ ପ୍ରକୃତ ଦାଇତ୍ୱରୁ ଓହରି କେବଳ ଠିକାଦାରୀ କାର୍ଯ୍ୟକୁ ଅଧିକ ପ୍ରାଥମିକତା ଦେଉଛନ୍ତି ଯଦ୍ୱାରା ଯୋଉଁଭଳି ବିକାଶ ହେବାକଥା ସେପରି କିଛି ଭି ଆଖିଦୃଶିଆ ବିକାଶ ହୋଇପାରୁନି ଆଦିବାସୀ ସମାଜର, ଏଣୁ ଉକ୍ତ ଚାରିଗୋଟି ଆଇ.ଟି.ଡି.ଏ ଙ୍କୁ ଯଥାଶୀଘ୍ର ତାଙ୍କ ପ୍ରକୃତ କାର୍ଯ୍ୟ କୁ ପ୍ରାଥମିକତା ଦେବା ପାଇଁ ନିର୍ଦେଶ ପ୍ରଦାନ କରାଯାଉ ଏବଂ ଆଦିବାସୀଙ୍କ ଉନ୍ନତି ପାଇଁ ଆସୁଥିବା ସମସ୍ତ ସରକାରୀ ଯୋଜନାକୁ ସଠିକ ଭାବେ କାର୍ଯ୍ୟକାରୀ କରାଯାଉ |

ପୂର୍ବରୁ କରଞ୍ଜିଆ ITDA ରେ ଜଣେ ଯନ୍ତ୍ରୀ ହିସାବରେ ସମ୍ପାଦିତ କରିଥିବା କାର୍ଯ୍ୟ ଏବଂ ପାଖାପାଖି ୬ ମାସ ହେବ ରାଇରଙ୍ଗପୁର ITDA କୁ ବଦଳି ହୋଇଆସି କାର୍ଯ୍ୟରତ ଉକ୍ତ ଯନ୍ତ୍ରୀଙ୍କ ଦ୍ୱାରା ସମ୍ପାଦନ ହେଉଥିବା କାର୍ଯ୍ୟର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଉ |
ଉପରୋକ୍ତ ଦାବୀ ଗୁଡିକୁ ତୁରନ୍ତ ପୂରଣ କରିବା ସକାଶେ ସରକାର ଘୋଷଣା କରିବାର ଦାବୀ ନେଇ ଭଞ୍ଜସେନା ଜିଲ୍ଲା ଆଦିବାସୀ ଶାଖା ସଭାପତି ବାଜୁନ ହାଁସଦା ଆସନ୍ତା କାଲି ଅଗଷ୍ଟ 11ତାରିଖ ସଖାଳ 11ଘଟିକା ଠାରୁ ଅଗଷ୍ଟ 12ତାରିଖ ସଖାଳ 11ଘଟିକା ପର୍ଯ୍ୟନ୍ତ ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ ରେ ବସିବେ ବୋଲି ଲିଖିତ ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଅବଗତ କରିଥିଲେ, ସେହି ପରିପ୍ରେକ୍ଷୀରେ ଆଜି ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଆନ୍ଦୋଳନ ର ଡାକରା ଦେଇଥିବା ବାଜୁନ ହାଁସଦା ଙ୍କୁ ଡାକି ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ମୟୁରଭଞ୍ଜ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଆଲୋଚନା କରିଥିଲେ ଏବଂ ଆଗାମୀ ଦିନରେ ଦାବୀ ଗୁଡିକୁ ନିଶ୍ଚିତଭାବେ ପୂରଣ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅବଗତ କରିବେ ତାସହିତ ରାଜ୍ୟ ସରକାର ମଧ୍ୟ ଏସବୁ ଦାବୀ ଗୁଡିକୁ ପୂରଣ କରିବା ପାଇଁ ଦୃଢ଼ ପ୍ରତିଶ୍ରୁତି ବଧ୍ୟ ବୋଲି ପ୍ରତିଶୃତି ଦେଲେ, ଏଣୁ ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଥିବା ଅନଶନ ସ୍ଥଗିତ ରହିଲା ବୋଲି ଭଞ୍ଜସେନା ଆଦିବାସୀ ଶାଖା ସଭାପତି ପ୍ରେସ ବିବୃତ୍ତିରେ ଜଣାଇଛନ୍ତି|