Onn 3

କଟକରେ 5T ସଚିବଙ୍କ ବଡ଼ ଘୋଷଣା : ବ୍ୟାଙ୍କ ନୁହେଁ, ଏଣିକି ନିଜ ପଞ୍ଚାୟତରେ ମିଳିବ ମଧୁବାବୁ ଭତ୍ତା

State

କଟକ : କଟକ ଜିଲ୍ଲା ଗସ୍ତରେ ଫାଇଭ ଟି ସଚିବ ଭି. କେ ପାଣ୍ଡିଆନ୍ । ଆଜି ପ୍ରଥମେ ସେ ଆଠଗଡ଼ ମିନି ଷ୍ଟାଡିୟମରେ ପହଞ୍ଚି ସାଧାରଣ ଜନତାଙ୍କୁ ଭେଟି ସେମାନଙ୍କ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ । ନିଜ ସମ୍ବୋଧନରେ ଫାଇଭ ଟି ସଚିବ କହିଛନ୍ତି, ଚାଷୀଙ୍କ ସମସ୍ୟା ସମାଧାନକୁ ଗୁରୁତ୍ବ ଦିଆଯିବ । ୮ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ପାଖରୁ ଖୁସି ଖବର ପାଇବେ । ମନ୍ଦିର, ମସଜିଦ ଓ ଚର୍ଚ୍ଚ କାମ ୭ ଦିନ ମଧ୍ୟରେ ଶେଷ ହେବ । ୧୬ ତାରିଖ ସୁଦ୍ଧା ଏଥିପାଇଁ ପ୍ରଥମ କିସ୍ତି ପାଇବେ । ଫାଇଭ୍ ଟି ସଚିବ କହିଛନ୍ତି, ସରକାରୀ କାର୍ଯ୍ୟକ୍ରମକୁ ନିଜ କାମ ଭଳି ଭାବ । ସେମିତି ଭାବିଲେ ଓଡ଼ିଶାର ଉନ୍ନତି ଦୌଡିବ ।

ଏଥିସହ ସେ କହିଛନ୍ତି, ବୟସ୍କ ଓ ଭିନ୍ନକ୍ଷମ ମଧୁବାବୁ ଭତ୍ତା ନିଜ ପଞ୍ଚାୟତରୁ ପାଇବେ । ବ୍ୟାଙ୍କ ଯିବାକୁ ପଡିବନି । ଅଗଷ୍ଟ ୧୫ ତାରିଖରୁ ଏହା ଲାଗୁ ହେବ । ଆଠଗଡ଼ ପରେ ନରସିଂହପୁର ହସ୍ପିଟାଲରେ ଡାଇଲିସିସ ସେଣ୍ଟର ବୁଲି ଦେଖିବା କାର୍ଯ୍ୟକ୍ରମ ରହିଛି । ପରେ ସାଧାରଣ ଜନତାଙ୍କୁ ଭେଟି ଅଭିଯୋଗପତ୍ର ଗ୍ରହଣ କରିବେ । ଏହାପରେ ଚୌଦ୍ୱାରରେ ପହଞ୍ଚି ଗୋପବନ୍ଧୁ ନୋଡାଲ ହାଇସ୍କୁଲ ଖେଳ ପଡ଼ିଆରେ ଅଞ୍ଚଳବାସୀ ତାଙ୍କୁ ଭେଟିବେ । ନିଶ୍ଚିନ୍ତକୋଇଲି କୁଳିଆରେ ସାଧାରଣ ସଭାରେ ଯୋଗ ଦେବା କାର୍ଯ୍ୟକ୍ରମ ବି ରହିଛି । ସେଠାରୁ କଟକ ସହର ଉପର ବାଲିଯାତ୍ରା ପଡ଼ିଆରେ ପହଞ୍ଚି କଟକ ଜିଲ୍ଲାର କଲେଜ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ ଫାଇଭ୍ ଟି ସଚିବ ଭି କେ ପାଣ୍ଡିଆନ ।