Onn 3

କମୁଛି ହୀରାକୁଦର ଜଳସ୍ତର: ବନ୍ଦ ହେଲା ୧୦ଟି ଗେଟ୍

State

ସମ୍ବଲପୁର: ଉପରମୁଣ୍ଡରେ କମିଛି ବର୍ଷା । ମହାନଦୀରେ ଖସୁଛି ଜଳସ୍ତର । ହୀରାକୁଦକୁ କମିଛି ଜଳ ପ୍ରବେଶ । ବନ୍ଦ ହେଲା ଜଳଭଣ୍ଡାରର ୧୦ଟି ଗେଟ୍ । ପୂର୍ବରୁ ୨୦ଟି ସୁଇସ୍ ଗେଟ୍ ଦେଇ ହୀରାକୁଦରୁ ବନ୍ୟା ପାଣି ନିଷ୍କାସିତ ହେଉଥିଲା । ଏବେ ମାତ୍ର ୧୦ଟି ଗେଟ୍ ଖୋଲା ରହିଛି । ଡ୍ୟାମ୍ ବାମପଟର ୭ଟି ଓ ଡାହାଣ ପଟର ୩ଟି ଗେଟ୍ ଦେଇ କେବଳ ବନ୍ୟା ପାଣି ନିଷ୍କାସିତ ହେଉଛି ।

ଛତିଶଗଡ଼ରେ ପ୍ରବଳ ବର୍ଷା ପରେ ପର୍ଯ୍ୟାୟକ୍ରମେ ହୀରାକୁଦ ଜଳଭଣ୍ଡାରର ୨୦ଟି ଗେଟ୍ ଖୋଲିଥିଲା । ଆଜି ସକାଳ ୬ଟା ସୁଦ୍ଧା ଡ୍ୟାମର ଜଳସ୍ତର ରହିଥିଲା ୬୧୭.୯୩ ଫୁଟ୍ । ଯାହା ଆସନ୍ତାକାଲି ରୁଲ କର୍ଭ ଅନୁସାରେ ୬୧୫ ଫୁଟ ତଳକୁ ଖସିଯିବ । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୩୦ ହଜାର କ୍ୟୁସେକ୍ ବନ୍ୟା ପାଣି ପ୍ରବେଶ କରୁଛି । ନିଷ୍କାସିତ ହେଉଛି ୩ ଲକ୍ଷ ୫୦ ହଜାର କ୍ୟୁସେକ୍ ପାଣି । ସେପଟେ ମୁଣ୍ଡଳୀ ପାଖରେ ବନ୍ୟା ଜଳ ଥଲା ୪ଲକ୍ଷ ୯୧ ହଜାର କ୍ୟୁସେକ୍ ତଳକୁ ଖସି ଆସିଲାଣି । ବର୍ତ୍ତମାନ କେଉଁଠାରେ ବି ବନ୍ୟା ସ୍ଥିତି ନାହିଁ । ସବୁଠି ସ୍ୱାଭାବିକ ଅବସ୍ଥା ଅଛି ବୋଲି ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ।