Onn 3

କିଡ଼ନୀ ରୋଗରେ ଜଣେ ମୃତ ; ସାଧାରଣରେ ଶୋକ

State

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ବ୍ଲକ ଅଧିନ ରାମକୃଷ୍ଣପୁର ଗ୍ରାମର ସୁରେନ୍ଦ୍ର କୁମାର ଜେଠୀ (୫୦) କିଡ଼ନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ । ସୋମବାର ଦିନ ହଠାତ୍ ତାଙ୍କର ମୃତ୍ୟୁ ହୋଇଛି । ଖବର ପାଇ ପୂର୍ବତନ ସରପଞ୍ଚ ରମେଶ ଚନ୍ଦ୍ର ସ୍ୱାଇଁ ଓ ମନୋରଂଜନ ସ୍ୱାଇଁ, ସରପଞ୍ଚ ଭାରତୀ ସ୍ୱାଇଁ, ସମିତିସଭ୍ୟ ନର୍ମଦା ରାଉତ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ହରିଶ୍ଚନ୍ଦ୍ର ଯୋଜନାରେ ଶବଦାହ ପାଇଁ ୩ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ ।

ଏକ ଶୋକାକୂଳ ପରିବେଶରେ ମର ଶରୀରକୁ ଗ୍ରାମ୍ୟ ଶ୍ମଶାନରେ ଦାହ କରାଯାଇଥିଲା । ଏକମାତ୍ର ପୁତ୍ର ମାନସ ଜେଠୀ ମୁଖାଗ୍ନୀ ଦେଇଥିଲେ ।