Onn 3

ଜହ୍ନର ଆହୁରି ନିକଟତର ହେବ ଚନ୍ଦ୍ରଯାନ: ଆଜି ଛୁଇଁବ କକ୍ଷପଥ

National & International

ନୂଆଦିଲ୍ଲୀ : ମୁନ୍‌ ମିଶନରେ ଆଜି ଗୁରୁତ୍ୱପୂର୍ଣ୍ଣ ଦିନ । ଜହ୍ନ ରାଇଜର ଆହୁରି ନିକଟତର ହେବ ଚନ୍ଦ୍ରଯାନ । ଆଜି ଚନ୍ଦ୍ର କକ୍ଷପଥରେ ପହଞ୍ଚିବ ଚନ୍ଦ୍ରଯାନ-୩ । ସଂଧ୍ୟା ୭ଟା ବେଳକୁ ଏହା ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିବ । ବର୍ତ୍ତମାନ ସୁଦ୍ଧା ଚନ୍ଦ୍ରଯାନ ତାର ଦୁଇ ତୃତୀୟାଂଶ ଦୂରତା ଅତିକ୍ରମ କରି ସାରିଛି । ଆଜି ଲୁନାଲ ଅର୍ବିଟ୍‌ ଇନ୍‌ଜେକ୍ସନ ଅର୍ଥାତ ଚନ୍ଦ୍ରଯାନକୁ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରାଇବ ଇସ୍ରୋ । ବେଙ୍ଗାଳୁରୁ ସ୍ଥିତ ଇସ୍ରୋର ଟେଲିମେଟ୍ରି, ଟ୍ରାକିଂ ଆଣ୍ଡ କମାଣ୍ଡ ନେଟ୍‌ୱର୍କ ଦ୍ୱାରା ଲୁନାର ଅର୍ବିଟ ଇନ୍‌ଜେକ୍ସନ କରାଯିବ ।

ଅଗଷ୍ଟ ୧ ତାରିଖ ରାତି ୧୨ଟା ୧୫ରେ ଇସ୍ରୋର ବୈଜ୍ଞାନିକମାନେ ସ୍ମିଂସଟ ମାଧ୍ୟମରେ ଚନ୍ଦ୍ରଯାନ-୩କୁ ପୃଥିବୀର କକ୍ଷପଥରୁ ଚନ୍ଦ୍ରର କକ୍ଷପଥ ଅଭିମୁଖେ ପଠାଇଥିଲେ । ଯାହାକୁ ଟ୍ରାନ୍‌ସ ଲୁନାର ଇଞ୍ଜେକ୍ସନ କୁହାଯାଇଛି । ପୃଥିବୀ କକ୍ଷପଥ ଛାଡିଥିଲା ଚନ୍ଦ୍ରଯାନ । ଚନ୍ଦ୍ରଯାନ-୩ରେ ରହିଛି ଲ୍ୟାଣ୍ଡର ମଡ୍ୟୁଲ LM ଓ ପ୍ରପ୍ୟୁଲସନ ମଡ୍ୟୁଲ PM । ଅଗଷ୍ଟ ୧୭ ତାରିଖରେ ଲ୍ୟାଣ୍ଡର ମଡ୍ୟୁଲ ଓ ପ୍ରପ୍ୟୁଲସନ ମଡ୍ୟୁଲ ଅଲଗା ହେବ ।

ଅଗଷ୍ଟ ୨୩ ତାରିଖରେ ଲ୍ୟାଣ୍ଡର ମଡ୍ୟୁଲ ଚନ୍ଦ୍ର ପୃଷ୍ଠରେ ଓହ୍ଲଇବ । ଜୁଲାଇ ୧୪ ତାରିଖରେ ଚନ୍ଦ୍ରଯାନ-୩କୁ ମହାକାଶକୁ ପଠାଯାଇଥିଲା । ଆଜି ୨୨ ଦିନ ପୂରିଛି । ଏହା ଚନ୍ଦ୍ରପୃଷ୍ଠରେ ପହଞ୍ଚିବାକୁ ଆହୁରି ୧୭ ଦିନ ଲାଗିବ । ଏହି ୧୭ ଦିନ ଇସ୍ରୋ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏହି ୧୭ ଦିନ ଚନ୍ଦ୍ରଯାନ ଚନ୍ଦ୍ରର କକ୍ଷପଥରେ ଘୂରି ବୁଲିବାପରେ ଅଗଷ୍ଟ ୨୩ରେ ସଫ୍ଟ ଲ୍ୟାଣ୍ଡିଂ କରିବ ।