Onn 3

୧୫ ଦିନ ପରେ ଖୋଲିଲା ମାର୍କେଟ ବିଲ୍ଡିଂ

State

ଭୁବନେଶ୍ୱର: ବଢିବ ଗହଳି ଆଉ ପୁଣି ଜମିବ କିଣାବିକା । ଖୋଲିଲା ୟୁନିଟ୍ ୨ ମାର୍କେଟ୍ ବିଲ୍ଡିଂ । ହେଲେ ଖୋଲିଲାନି ସୋ ରୁମ୍ । ମାକେର୍ଟ୍ ବିଲ୍ଡିଂର କେବଳ ରିଟେଲ୍ ଦୋକାନ ଗୁଡିକ ଖୋଲିଲା । ମାତ୍ର ମାର୍କେଟ୍ ବିଲ୍ଡିଂ ଭିତରେ ଥିବା ପ୍ରମୁଖ ସୋ ରୁମ୍ ଗୁଡିକ ଖୋଲିନି । କାରଣ ଏ ପର୍ଯ୍ୟନ୍ତ ବିଏମସି ପକ୍ଷରୁ କୌଣସି ଲିଖିତ ପ୍ରତିଶ୍ରୁତି ମିଳିନଥିବା ସୂଚନା ମିଳିଛି ।

ସେଣ୍ଟ୍ରାଲ ମାର୍କେଟ୍ ବିଲ୍ଡିଂ ସଂଘ ଓ ବିଏମସି ମଧ୍ୟରେ ଏ ନେଇ ଆଲୋଚନା ଜାରି ରହିଛି । ହେଲେ କଣ ପାଇଁ ସୋରୁମ୍ ବନ୍ଦ ରହିଛି , ସେ ନେଇ ସଂଘ ସ୍ପଷ୍ଟ କରିନି । ଗତକାଲି ବିଏମସି ଦପ୍ତର ପରିସରରେ ବୈଠକ ଡକାଯାଇଥିଲା । ସେଣ୍ଟ୍ରାଲ ମାର୍କେଟ ସଂଘ-ବିଏମସି ମଧ୍ୟରେ ହୋଇଥିବା ଚୁକ୍ତିପତ୍ର ପ୍ରଦାନ କରାଯାଇଥାନ୍ତା। ହେଲେ ବର୍ଷା ପାଇଁ ବୈଠକ ବାତିଲ ହୋଇଥିଲା।

ଆଜି ଏହି ବୈଠକ ଅନୁଷ୍ଠିତ ହୋଇଛି । ବିଏମସି ସହ ଚୁକ୍ତିନାମା ପରେ ମାର୍କେଟ ଖୋଲିଛି । ଦୀର୍ଘ ୧୫ ଦିନ ହେବ ବନ୍ଦ ରହିଥିଲା ଭୁବେନଶ୍ବରର ଏହି ପ୍ରମୂଖ ବ୍ୟବସାୟିକ ମାର୍କେଟ୍ । ମାର୍କେଟ୍ ବନ୍ଦ ଥିବା କାରଣରୁ ପ୍ରତିଦିନ ଶହ ଶହ ଲୋକ ମାର୍କେଟ୍ ଆସି ଫେରି ଯାଉଥିଲେ । ବ୍ୟବସାୟୀମାନେ ଦୋକାନ ବନ୍ଦ କରି ଧାରଣା ଦେଇଥିଲେ । ଉଠାଦୋକାନୀ ସମ୍ପୂର୍ଣ୍ଣ ହଟିବା ପେର ଯାଇ ଦୋକାନ ଖୋଲିବ ବୋଲି ସେମାନେ ଜିଦ୍ ଧରି ବସିଥିଲେ । ହେଲେ ଆଜି କିଛି ମାତ୍ରାରେ ସ୍ଥିତି ସ୍ବଭାବିକ ହୋଇଛି ।  ପ୍ରମୁଖ ସୋ ରୁମ୍ ଗୁଡିକ ଖୋଲି ନ ଥିଲେ ହେଁ ପୂର୍ବପରି ଲୋକଙ୍କ ଗହଳି ଦେଖିବାକୁ ମିଳିଛି ।

ସୂଚନା ଥାଉକି, ସେଣ୍ଟ୍ରାଲ ମାର୍କେଟ୍‌ ଆସୋସିଏସନର ଡାକରାରେ ରାଜଧାନୀର ପ୍ରମୁଖ ଆକର୍ଷଣୀୟ ବ୍ୟବସାୟିକ ବଜାର ମାର୍କେଟ ବିଲ୍ଡିଂ ୧୫ ଦିନ ହେବ ବନ୍ଦ ଥିଲା। ବ୍ୟବସାୟୀମାନେ ଦୋକାନ ବନ୍ଦ କରି ଧାରଣା ଦେଇଥିଲେ। ଉଠାଦୋକାନୀ ସମ୍ପୂର୍ଣ୍ଣ ହଟିବା ପରେ ଯାଇ ଦୋକାନ ଖୋଲିବ ବୋଲି ସେମାନେ ଜିଦ୍‌ ଧରି ବସିଥିଲେ। ଫଳରେ ସ୍ଥାୟୀ-ଅସ୍ଥାୟୀ ଦୋକାନୀଙ୍କ ମଧ୍ୟରେ ବିବାଦ ବଢ଼ିଥିଲା।