Onn 3

“ମୋ ସ୍କୁଲ” ନାଁରେ ବଡ଼ ଧରଣର ସାଇବର ଠକେଇ: ମାମଲା ରୁଜୁ

State

ଭୁବନେଶ୍ବର:  ନକଲି ୱେବସାଇଟ ପ୍ରସ୍ତୁତ କରି ଆଶାୟୀଙ୍କୁ ଠକୁଛନ୍ତି ସାଇବର ଲୁଟେରା। ପୁଲିସ୍ କମିଶନରଙ୍କୁ ଚିଠି ଲେଖି ଏ ସମ୍ପର୍କରେ ଅବଗତ କଲେ ଗଣଶିକ୍ଷା ବିଭାଗ ସଚିବ ଅଶ୍ଵଥି ଏସ। ଏହି ନକଲି ୱେବସାଇଟରେ ମୋ ସ୍କୁଲ ଅଫିସରେ ଡାଟା ଏଣ୍ଟ୍ରି ଅପରେଟର, ପିଅନ, ଅଫିସ ଆସିଷ୍ଟାଣ୍ଟ ଇତ୍ୟାଦି ପୋଷ୍ଟ ପାଇଁ ସାଇବର ଠକ ନକଲି ଵିଜ୍ଞାପନ ଦେଇଛନ୍ତି। ସେମାନେ ଚାକିରି ପାଇଁ ଆଶାୟୀଙ୍କଠୁ ମୋଟା ଅଙ୍କର ଅର୍ଥ ମଧ୍ୟ ଦାବି କରୁଛନ୍ତି।

“ମୋ ସ୍କୁଲ.ଅନଲାଇନ” ନାଁରେ ପ୍ରସ୍ତୁତ ହୋଇଛି ଏହି ନକଲି ୱେବସାଇଟ। ମୋ ସ୍କୁଲର ଅସଲି ୱେବସାଇଟ “ମୋ ସ୍କୁଲ.ଇନ୍” ରେ ପଡୁଥିବା ସମସ୍ତ ତଥ୍ୟକୁ କପି କରି ଏହି ନକଲି ୱେବସାଇଟ ରେ ସମସ୍ତ ତଥ୍ୟ ଅପଲୋଡ଼ କରି ଏହି ନକଲି ୱେବସାଇଟ କୁ ଅସଲି ଭଳି ପରିଣତ କରୁଛନ୍ତି ଠକ ଆଶାୟୀ ନକଲି ୱେବସାଇଟକୁ ଅସଲି ଭାବି ଠକାମିର ଶିକାର ହେଉଛନ୍ତି।

ସାଇବର ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଛି। ମୋ ସ୍କୁଲ ପରିଚାଳନା ଅଭିଯାନ ସଂଗଠନ ପକ୍ଷରୁ ସାଇବର ଥାନାରେ ଏନେଇ ଲିଖିତ ଅଭିଯୋଗ ପରେ ସାଇବର ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଛି।