Onn 3

ଲୋକସଭାରେ ଜନ୍ମ ଓ ମୃତ୍ୟୁ ପଂଜୀକରଣ ବିଲ୍ ଗୃହୀତ

National & International

ନୂଆଦିଲ୍ଲୀ : ଗତ ଜୁଲାଇ ୨୬ ତାରିଖରେ କେନ୍ଦ୍ର ସରକାର ଲୋକସଭାରେ ଆଗତ କରିଥିବା ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ବିଲ୍ ୨୦୨୩ ମଙ୍ଗଳବାର ଗୃହୀତ ହୋଇଛି । ଏହି ବିଲରେ ଜନ୍ମ ଓ ମୃତ୍ୟୁର ଜାତୀୟ ଓ ରାଜ୍ୟସ୍ତରୀୟ ଡାଟାବେସ୍ ପ୍ରସ୍ତୁତ କରିବାକୁ ପ୍ରସ୍ତାବ ଦିଆଯାଇଛି । ଏହି ବିଲ୍ ମାଧ୍ୟମରେ ଓ ମୃତ୍ୟୁ ପଞ୍ଜୀକରଣ ଆଇନ, ୧୯୬୯ରେ ସଂଶୋଧନ କରାଯିବ। ତେବେ ଏହି ବିଲକୁ ଏଆଇଏମଆଇଏମ ନେତା ଅସଦୁଦ୍ଦିନ ଓଓ୍ବୈସୀ ବିରୋଧ କରିଛନ୍ତି । ଏହା ମାଧ୍ୟମରେ ସରକାର ପଛ ଦ୍ବାର ଦେଇ ଏନଆରସି ଲାଗୁ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ ଏହା ସମ୍ବିଧାନ ପ୍ରଦତ୍ତ ଗୋପନୀୟତାର ଅଧିକାରର ବିରୋଧୀ ।
କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଲୋକସଭାରେ ଏହି ବିଲ୍ ଆଗତ କରିଥିଲେ। ଏହି ବିଲ୍ ଆଇନରେ ପରିଣତ ହେଲେ ଜନ୍ମ ପଞ୍ଜୀକରଣ ସମୟରେ ପିତାମାତା କିମ୍ବା ଅଭିଭାବକଙ୍କ ଆଧାର ନମ୍ବର ଆବଶ୍ୟକ ହେବ। ସେହିପରି ବିଭିନ୍ନ ମୌଳିକ ସରକାରୀ ସେବା ଯେପରି ସ୍କୁଲ ନାମଲେଖା, ଡ୍ରାଇଭିଂ ଲାଇସେନ୍ସ ଆବେଦନ, ଆଧାର ନମ୍ବର ଆବେଦନ, ଭୋଟର ପଂଜୀକରଣ, ବିବାହ ପଂଜୀକରଣ କିମ୍ବା ଏକ ସରକାରୀ ଚାକିରି ପାଇଁ ଆବେଦନ ପାଇଁ ଜନ୍ମ ପ୍ରମାଣପତ୍ର ବାଧ୍ୟତାମୂଳକ ହେବ । ଏହି ପ୍ରସ୍ତାବିତ ଆଇନ ମାଧ୍ୟମରେ ଜନ୍ମ ଓ ମୃତ୍ୟୁ ପଂଜୀକରଣ ପ୍ରକ୍ରିୟାକୁ ସରଳ କରାଯିବ ।
ବୈଷୟିକ ଜ୍ଞାନକୌଶଳ ଓ ଡିଜିଟାଇଜେସନର ଉପଯୋଗ କରିବା ପାଇଁ ସରକାର ଇଲେକ୍ଟ୍ରୋନିକ୍ ପଞ୍ଜୀକରଣ ଏବଂ ଜନ୍ମ ଓ ମୃତ୍ୟୁ ପ୍ରମାଣପତ୍ର ବଣ୍ଟନ ବିଲରେ ଥିବା ଧାରାକୁ ଅନ୍ତର୍ଭୁକ୍ତ କରିଛନ୍ତି।