Onn 3

୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରିବା ପରେ ତଣ୍ଟି ଚିପି ହତ୍ୟା, ଅଭିଯୁକ୍ତ ଗିରଫ

National & International

ହୀନ ମାନସିକତାର ଚରମ ସୀମରେ ପହଞ୍ଚିଛି ମଣିଷ । ଆଉ ଭୁଲିଯାଉଛି ସବୁକିଛି । ୫ ବର୍ଷର କୁନି ଶିଶୁକୁ ଦୁଷ୍କର୍ମ କରିବା ପରେ ହତ୍ୟା କରିବା ଘଟଣା ସମସ୍ତଙ୍କୁ ବିଚଳିତ କରିଛି । ଏମିତି ଘଟଣା କେରଳରେ ଘଟିଛି । ଜଣେ ୫ ବର୍ଷର ଶିଶୁକୁ ଦୁଷ୍କର୍ମ କରିଛି ଦିନ ମଜୁରିଆ । ପିଲାଟିକୁ ଦୁଷ୍କର୍ମର ଶିକାର କରିବା ପରେ ପିଲାର ଗଳା ଚିପି ହତ୍ୟା କରି ଅଖାରେ ଭର୍ତ୍ତି କରି ଫିଙ୍ଗିଛି । ଶିଶୁର ମୃତଦେହ ମିଳିବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରି ମାମଲାରେ ତଦନ୍ତ ଆରମ୍ଭ କରିଛି ।

ଖବର ମୁତାବକ, ଶୁକ୍ରବାର ଦିନ ସଂଧ୍ୟା ୭ଟା ୧୦ ମିନିଟରୁ ପିଲାଟି ନିଖୋଜ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ବିଳମ୍ବ ନ କରି ସିସିଟିଭି ଫୁଟେଜ ଚେକ୍‌ କରିବା ଆରମ୍ଭ କରିଦେଇଥିଲା । ଫୁଟେଜରେ ପିଲାଟିକୁ ଦିନ ମଜୁରିଆ ଜଣକ ଧରି ଯାଉଥିବା ଦେଖିବାକୁ ମିଳିଥିଲା । ଏହା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା । କିନ୍ତୁ ସେତେବେଳେ ପିଲାଟି ଅଭିଯୁକ୍ତ ପାଖରେ ନଥିଲା । ଏହାପରେ ଲୋକଙ୍କୁ ପଚରାଉଚରା ପରେ ଶିଶୁର ଶବ ବଜାର ପଛପଟରେ ଏକ ଅଖା ଭିତରେ ପସିଥିବାର ମିଳିଥିଲା । କୋଚି ଡିଆଇଜି ଶ୍ରୀନିବାସ କହିଛନ୍ତି ଯେ, ଅଭିଯୁକ୍ତ ଜଣକ ନିଜ ଅପରାଧ ସ୍ୱୀକାର କରିଛି ।

ଶିଶୁକୁ ଦୁଷ୍କର୍ମ କରିବା ପରେ ହତ୍ୟା କରି ଅଖାରେ ଭର୍ତ୍ତି କରି ଫୋପାଡିଥିଲା ଅଭିଯୁକ୍ତ। ଅଭିଯୁକ୍ତ ଜଣକ ବିହାରର । ସେ କେରଳରେ ଦିନ ମଜୁରିଆ ଭାବେ କାମ କରୁଥିଲା ।