Onn 3

ମଦ ମାଫିଆଙ୍କ ଦୌରାତ୍ମ୍ୟ, ଅବକାରୀ କର୍ମଚାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ

Crime State

ଆଠଗଡ଼: ରେଡ୍‌ ବେଳେ ମଦ ମାଫିଆଙ୍କ ଅତର୍କିତ ଆକ୍ରମଣ । ଖଣ୍ଡାରେ ଆକ୍ରମଣ ସହ ଅବକାରୀ ଗାଡ଼ି ଭଙ୍ଗାରୁଜା କରିଛନ୍ତି । ମରଣାନ୍ତକ ଆକ୍ରମଣରେ ଆଠଗଡ଼ ଅବକାରୀ ବିଭାଗର ୪ ଜଣ କର୍ମଚାରୀ ଆହତ ହୋଇଛନ୍ତି । ଆଜି ଅବକାରୀ କର୍ମଚାରୀ କଟକ ଜିଲ୍ଲା ଆଠଗଡ଼ ଖୁଣ୍ଟୁଣୀ ଡାଳୁଆ ଜଙ୍ଗଲରେ ଚଢ଼ାଉ ପାଇଁ ଯାଇଥିଲେ । ଏହି ସମୟରେ ମଦ ମାଫିଆ ଠେଙ୍ଗା, ଖଣ୍ଡା ଓ ଭୁଜାଲିରେ ମରଣାନ୍ତକ ଆକ୍ରମଣ କରିଥିଲେ । ଜଙ୍ଗଲ ମଧ୍ୟରେ ଅବକାରୀ କର୍ମଚାରୀଙ୍କୁ ଘରାବନ୍ଦୀ କରିଥିଲେ ମାଫିଆ । ଆଠଗଡ଼ ଅବକାରୀ ବିଭାଗ, କଟକ ମୋବାଇଲ୍‌ ସ୍କ୍‌ାଡ ଓ ଫାଇନ ସ୍କ୍ଵାଡ ପକ୍ଷରୁ ମିଳିତ ଭାବେ ଚଢାଉ କରିଥିଲା ।