Onn 3

ଭାରତ ଅଣ ବାସୁମତୀ ଧଳା ଚାଉଳ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବା ପରେ ଏବେ ବିଦେଶରେ ଭାରତୀୟମାନେ ଚାଉଳ ଦୋକାନ ଆଗରେ ଲମ୍ବାଧାଡ଼ି ଲଗାଉଛନ୍ତି

National & International

ନୂଆଦିଲ୍ଲୀ : ଆମେରିକାଠାରୁ ଆରମ୍ଭ କରି ଅଷ୍ଟ୍ରେଲିଆ ଓ କାନାଡା ପର୍ଯ୍ୟନ୍ତ ଲୋକେ ଚାଉଳ କିଣିବା ପାଇଁ ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିବା ଦେଖିବାକୁ ମିଳୁଛି। ଏହି ଦେଶଗୁଡ଼ିକରେ ରହୁଥିବା ପ୍ରବାସୀ ଭାରତୀୟ, ଆଫ୍ରିକୀୟ ନାଗରିକମାନେ ବହୁ ସଂଖ୍ୟାରେ ଚାଉଳ ବସ୍ତା କିଣି ଘରେ ଜମା କରୁଛନ୍ତି । ଆଗାମୀ ଦିନରେ ଚାଉଳ ଦର ବୃଦ୍ଧି ସହିତ ଅଭାବ ମଧ୍ୟ ଦେଖାଦେଇପାରେ ବୋଲି ସେମାନେ ଆଶଙ୍କା କରୁଛନ୍ତି।
ଖୁଚୁରା ଦୋକାନରେ ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିବା ଲୋକଙ୍କ ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେଣୁ ଏହି ସବୁ ଦେଶର ରିଟେଲ ଷ୍ଟୋରମାନେ ଏହି ସୁଯୋଗର ଫାଇଦା ଉଠାଇବା ସହ ଚାଉଳର ଦର ମଧ୍ୟ ବୃଦ୍ଧି କରିଛନ୍ତି। ଏସୀୟ ଓ ଆଫ୍ରିକୀୟ ଲୋକମାନଙ୍କ ପାଇଁ ଭାତ ଏକ ପ୍ରମୁଖ ଖାଦ୍ୟ ହୋଇଥିବାରୁ ସେମାନେ ଅଧିକ ଚିନ୍ତିତ ହୋଇପଡ଼ିଛନ୍ତି । ତେବେ କାହିଁକି ଏପରି ହେଉଛି ?
ପ୍ରକୃତ କଥା ହେଉଛି ଗତ ୨୦ ଜୁଲାଇ ୨୦୨୩ରେ ଭାରତ ସରକାର ଅଣ ବାସୁମତୀ ଧଳା ଚାଉଳ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଚାଉଳ ରପ୍ତାନିରେ ଭାରତ ବିଶ୍ୱର ସବୁଠାରୁ ବଡ଼ ଦେଶ । ବିଶ୍ୱ ରପ୍ତାନିରେ ଭାରତର ୪୦ ପ୍ରତିଶତ ଅଂଶ ରହିଛି। କିନ୍ତୁ ଘରୋଇ ବଜାରରେ ବୃଦ୍ଧି ପାଉଥିବା ଦର ଏବଂ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଦରଦାମକୁ ନିୟନ୍ତ୍ରଣରେ ରଖିବାକୁ ସରକାର ଚାଉଳ ରପ୍ତାନି ଉପରେ କଟକଣା ଲଗାଇଛନ୍ତି ।
ଏହା ଯୋଗୁଁ ବିଶ୍ୱ ବଜାରରେ ଚାଉଳ ଦର ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି ।