Onn 3

କଂଗ୍ରେସରେ ମିଶିଲେ ଚାରି ପୂର୍ବତନ ପ୍ରଶାସନିକ ଅଧିକାରୀ

Politics State

ଭୁବନେଶ୍ୱର: ୨୦୨୪ ନିର୍ବାଚନ ପୂର୍ବରୁ ବଳ ଯୋଗଡୁଛି କଂଗ୍ରେସ । ଆଜି କଂଗ୍ରେସରେ ସାମିଲ ହୋଇଛନ୍ତି ଚାରି ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ । ସେମାନେ ହେଲେ ଅବସରପ୍ରାପ୍ତ ପୂର୍ବତନ ଆଇଏଏସ୍ ଅଧିକାରୀ ପଞ୍ଚାନନ ଦାଶ ଏବଂ ବିଶ୍ୱନାଥ ଆଚାର‌୍ୟ୍ୟ, ପୂର୍ବତନ ଓଏଏସ୍ ଅଧିକାରୀ ରବିନ୍ଦ୍ର ନାଥ ମିଶ୍ର ଏବଂ ଉଦ୍ଧବ କର । ଏହି ୪ ପୂର୍ବତନ ଅଧିକାରୀ ଓପିସିସି ସଭାପତି ଶରତ ପଟ୍ଟନାୟକ ଏବଂ ରାଜ୍ୟ ପ୍ରଭାରୀ ଚେଲାକୁମାରଙ୍କ ଉପସ୍ଥିତିରେ ରବିବାର ଦିନ କଂଗ୍ରେସରେ ଯୋଗ ଦେଇଛନ୍ତି। ଏହି ମିଳନ ସମାରୋହରେ ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ମଧ୍ୟ ଉପସ୍ଥିତି ଥିଲେ । ଅବସରପ୍ରାପ୍ତ ଆଇଏଏସ ବିଜୟ ପଟ୍ଟନାୟକ ଗତ ଫେବ୍ରୁଆରୀରେ କଂଗ୍ରେସରେ ସାମିଲ ହୋଇଥିଲେ ।

କଂଗ୍ରେସର ଏକ କାର‌୍ୟ୍ୟକାରିଣୀ ବୈଠକ ଗତକାଲି ବସିଥିଲା । ଆଗାମୀ ଦିନରେ କିଭଳି ନିର୍ବାଚନ ଲଢିବ ସେ ନେଇ ବୈଠକରେ ଆଲୋଚନା ହୋଇଥିଲା । ବିଜେପି ଓ ବିଜେଡିକୁ କଡା ଜବାବ ଦେବା ତଥା ଲୋକଙ୍କ ସମସ୍ୟା ବୁଝି ନିକଟତର ହେବା ପାଇଁ ଦଳ ନିଷ୍ପତ୍ତି ନେଇଥିଲା । କାଲିର ବୈଠକ ପରେ ଆଜି ଏହି ୪ ଅବସରପ୍ରାପ୍ତ ଅଧିକାରୀ ଦଳରେ ସାମିଲ ହୋଇଛନ୍ତି ।