Onn 3

ସିଂହବାହିନୀ ବସକୁ ୪ ଲକ୍ଷ ୯୮ ହଜାର ଜରିମନା

State

ତାଳଚେର: ଘରୋଇ ବସବୁ ୪ ଲକ୍ଷ ୯୮ ହଜାର ଜରିମନା । ଦୀର୍ଘଦିନ ଧରି ବିନା ପରମିଟ୍ ନ ଥାଇ ଗାଡ଼ି ଚଳାଇବା ଓ ଟ୍ୟାକ୍ସ ଖିଲାପ କରି ଗାଡ଼ି ଚଳାଇବା ଆଦି ନିୟମ ଉଲ୍ଲଂଘନ ଅଭିଯୋଗରେ ଏହି ଜରିମାନା କରିଛନ୍ତି ତାଳଚେର ଆଞ୍ଚଳିକ ପରିବହନ ଅଧିକାରୀ ।

ତାଳଚେର ଆରଟିଓ ନିଖିଳ କୁମାର ପଟ୍ଟନାୟକ ସୂଚନା ଅନୁସାରେ, ସିଂହବାହିନୀ ନାମକ ଏକ ଘରୋଇ ବସକୁ ବିଭିନ୍ନ ପରିବହନ ନିୟମ ଉଲଙ୍ଘନ ଅଭିଯୋଗରେ ମୋଟ ୪ ଲକ୍ଷ ୯୮ ହଜାର ୭୬୪ ଟଙ୍କା ଜରିମନା କରାଯାଇଛି । ୧୯୨(କ) ଅନୁଯାୟୀ ପରମିଟ ନ ଥାଇ ଗାଡି ଚଳାଇବା ପାଇଁ ୧୦ ହଜାର ଟଙ୍କା , ଟ୍ୟାକ୍ସ ବାବଦକୁ ବକେୟା ପାଇଁ ୪ ଲକ୍ଷ ୮୮ ହଜାର ୭୬୪ ଟଙ୍କାର ଜରିମନା ପରିବହନ ବିଭାଗ ପକ୍ଷରୁ କରାଯାଇଛି । ବସଟିକୁ ଜବତ କରାଯାଇ ପାଲଲହଡା ଥାନା ଜିମା ଦିଆଯାଇଛି । ଏହି ବସଟି ଖମାରରୁ କଲିକତା ଯାଉଥିଲା ।

ଦୀର୍ଘଦିନ ଧରି ଏହି ବସଟି ପରିବହନ ଆଇନ ଉଲଂଘନ କରି ଆସୁଥିଲା । ନୂତନ ମୋଟର ଯାନ ଆଇନ ଅନୁଯାୟୀ ଜରିମନା କରାଯାଇଥିବା ତାଳଚେର ଆରଟିଓ ନିଖିଳ କୁମାର ପଟ୍ଟନାୟକ ପ୍ରକାଶ କରିଛନ୍ତି ।