Onn 3

ମହାରାଷ୍ଟ୍ର ରାୟଗଡ଼ ଭୂସ୍ଖଳନ ମୃତ୍ୟୁ ସଂଖ୍ୟା ୨୨ରେ ପହଞ୍ଚିଲା, ସର୍ଚ୍ଚ ଅପରେସନ୍‌ ଜାରି

National & International

ମହାରାଷ୍ଟ୍ର ରାୟଗଡ଼ ଭୂସ୍ଖଳନ ମୃତ୍ୟୁ ସଂଖ୍ୟା ୨୨ରେ ପହଞ୍ଚିଲା । ମାଟି ତଳୁ ଆଉ ୬ ମୃତହେଦ ଉଦ୍ଧାର କରିଛନ୍ତି ଏନଡିଆରଏଫ ଟିମ। ଆଜି ରାତିରେ ସର୍ଚ୍ଚ ଅପରେସନ୍‌ ବନ୍ଦ ରଖାଯାଇଛି। ଆସନ୍ତାକାଲି ସକାଳେ ପୁଣି ଆରମ୍ଭ ହେବ। ଗତକାଲି ଠାରୁ ଏନଡିଆରଏଫର ୪ଟି ଟିମ ସର୍ଚ୍ଚ ଅପରେସନ କରୁଛନ୍ତି।

ଭୂସ୍ଖଳନ ହୋଇଥିବା ଅଞ୍ଚଳକୁ ଏକାଧିକ ଜୋନରେ ବିଭକ୍ତ କରି ସର୍ଚ୍ଚ ଅପରେସନ କରାଯାଉଛି। ସର୍ଚ୍ଚ ଅପରେସନରେ ସାମିଲ ହୋଇଛି ସନ୍ଧାନୀ କୁକୁର। ଏନଡିଆରଏଫ ସହ ଅନ୍ୟ ଉଦ୍ଧାରକାରୀ ମଧ୍ୟ ସାମିଲ ହୋଇଛନ୍ତି। ଏବେ ବି ୧୦୦ ଜଣ ମାଟି ଅତଡ଼ା ତଳେ ଚାପି ହୋଇ ଯାଇଥିବା ଆଶଂକା କରାଯାଉଛି।

ରାୟଗଡ଼ ଜିଲ୍ଲାର ପାହାଡ଼ି ଗାଁ ଇର୍ସାଲଓ୍ଵାଡିରେ ବୁଧବାର ରାତିରେ ଭୂସ୍ଖଳନ ହୋଇଥିଲା। ଲୋକେ ଶୋଇଥିବା ବେଳେ ଘର ଉପରେ ଓଜାଡ଼ି ହୋଇ ପଡ଼ିଥିଲା ପାହାଡ଼। ମାଟି ଓ ପଥର ତଳେ ଚାପି ହୋଇ ଯାଇଥିଲା ଅନେକ ଘର। ଏପର୍ଯ୍ୟନ୍ତ ଉଦ୍ଧାରକାର୍ଯ୍ୟ ସରୁ ନାହିଁ। ସନ୍ଧାନୀ କୁକୁର ସହାୟତାରେ ସର୍ଚ୍ଚ ଅପରେସନ ଚଳାଇଛନ୍ତି ଉଦ୍ଧାରକାରୀ।