Onn 3

ନୂଆପଡ଼ା ଜିଲ୍ଲାରେ ବାଘ ଆତଙ୍କ, ଗୁହାଳରୁ ବାଛୁରୀ ଟାଣି ନେଇଗଲା ବାଘ

Crime State

ନୂଆପଡା: ବନ୍ୟଜନ୍ତୁ ଆତଙ୍କ ଏକ ସାଧାରଣ ବ୍ୟାପାର ହୋଇ ଗଲାଣି। କେବେ ବାଘ ତ କେବେ ଭାଲୁ ନୂଆପଡ଼ା ଜିଲ୍ଲାରେ ଆତଙ୍କ ଖେଳାଇଛି। ଗତ କିଛି ଧରି ବାଘ ଆତଙ୍କ ଖେଳାଇ ଥିବା ବେଳେ ନୀରବତା ରହିଥିଲା। ଗତ ଗୋଟିଏ ସପ୍ତାହ ହେବ ଭାଲୁ ଦୁଇ ଜଣ ବନ କର୍ମଚାରୀଙ୍କ ସମେତ ଅନ୍ୟ ଦୁଇଜଣ ସାଧାରଣ ଲୋକଙ୍କୁ ମାରି ସାରିଥିବା ବେଳେ ଆଜି ପୁଣି ବାଘ ଆତଙ୍କ ଅଞ୍ଚଳରେ ଭୟର ବାତାବରଣ ଖେଳାଇ ଦେଇଛି। ଆଜି ନୂଆପଡା ରେଞ୍ଜ ତରିଆ ମହୁଆଭଟା ଗାଁରେ ଗୁହାଳରୁ ଏକ ବାଛୁରୀକୁ ଟାଣି ନେଇ ଗଲା ବାଘ। ଗୁହାଳଠାରୁ ୨ ଶହ ମିଟର ଦୂରରେ ବାଛୁରୀର ମୃତଦେହ ପଡିଥିଲା। ବାଘ ବାଛୁରୀଟିକୁ ମାରି ଖାଇଥିବା ସୂଚନା ମିଳିଛି।

ଗୋବିନ୍ଦ ନାଏକ ନାମକ ଚାଷୀଙ୍କ ବାଛୁରୀକୁ ଖାଇଥିବା ସୂଚନା ଦେଲା ବନବିଭାଗ। ଘଟଣାସ୍ଥଳରେ ବାଘର ପାଦ ଚିହ୍ନ ଦେଖିବାକୁ ମିଳିଥିବା ବେଳେ ଲୋକଙ୍କୁ ସଚେତନ କରିବାରେ ବନ ବିଭାଗ ଲାଗି ପଡିଛି। ସୂଚନା ଅନୁସାରେ ଗତ କିଛି ମାସ ହେବ କୁକୁଡାତାଲ ଗାଁ ପାଖ ମୁସୁରଙ୍ଗୀ ଜଙ୍ଗଲର ପଥର ଉପରେ ବାଘ ବସିଥିବା ଫଟୋ ଭିଡିଓ ଲୋକେ ଉଠାଇଥିଲେ। ସେହି ଭଳି ଏହା ପୂର୍ବରୁ ମଧ୍ୟ ସେହି ସ୍ଥାନରେ ଦୁଇଟି ବାଘକୁ ଲୋକ ଦେଖିଥିଲେ। ଆଜିର ଘଟଣା ପରେ ଲୋକଙ୍କ ମନରେ ଭୟର ବାତାବରଣ ଖେଳିଯାଇଥିବା ବେଳେ ବନ କର୍ମଚାରୀ ଗାଁ ଗାଁ ବୁଲି ସଚେତନ କରୁଥିବା ଦେଖିବାକୁ ମିଳିଛି।