Onn 3

ପାର୍ସଲ ନାଁରେ ଲୋକଙ୍କୁ ଠକୁଛନ୍ତି ସାଇବର ଠକ, ସତର୍କତା ଜାରି କଲା ଓଡ଼ିଶା ପୋଲିସ

State

ଭୁବନେଶ୍ୱର: ସାବଧାନ! ସାଇବର ଠକଙ୍କ ନୂଆ ତରିକା। ପାର୍ସଲ ନାଁରେ ଲୋକଙ୍କୁ ଠକୁଛନ୍ତି ସାଇବର ଠକ। ଏନେଇ ଓଡିଶା ପୋଲିସର ସତର୍କତା ଜାରି କରାଯାଇଛି। ଲୋକଙ୍କୁ ସାବଧାନ ହେବାକୁ ଟ୍ବିଟର ଜରିଆରେ ଓଡ଼ିଶା ପୋଲିସ ସତର୍କ କରାଇଛି।

ଓଡ଼ିଶା ପୋଲିସ କହିବା ଅନୁଯାୟୀ, ଯଦି କୌଣସି କୋରିଅର କମ୍ପୀନୀ କଷ୍ଟମର କେୟାର ନାଁ କହି ପଇସା ମାଗିଲେ ଆପଣ ଦିଅନ୍ତୁ ନାହିଁ। ସଂପୃକ୍ତ ବ୍ୟକ୍ତିଙ୍କ କଥାରେ ଭୟଭୀତ ହୁଅନ୍ତୁ ନାହିଁ। ନିଜକୁ ଏନସିବି, ସିବିଆଇ, ପୋଲିସ କିମ୍ବା ଇଡି ଅଫିସର ବୋଲି ପରିଚୟ ଦେଇ ଫୋନ କରିଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସତ୍ୟାସତ୍ୟ ଯାଞ୍ଚ କରନ୍ତୁ। କାରଣ ଆପଙ୍କୁ ଭୟଭୀତ କରାଇ ଟଙ୍କା ଲୁଟ କରିବା, ସେମାନଙ୍କ ମୁଖ୍ୟ ଉଦ୍ୟେଶ୍ୟ ଥାଏ। ଏଭଳି ଫୋନ ଆସିଲେ ତୁରନ୍ତ ସାଇବର କ୍ରାଇମ ଥାନାରେ ନଚେତ ସ୍ଥାନୀୟ ପୋଲିସ ସହ ଯୋଗାଯୋଗ କରନ୍ତୁ।

ଓଡିଶା ପୋଲିସ ଟ୍ବିଟ କରିଛନ୍ତି ଯେ, “ଆପଣଙ୍କ ନାଁରେ ପାର୍ସଲ ଆସିଛି, ପାର୍ସଲରେ ମୂଲ୍ୟବାନ ଜିନିଷ ଅଛି। କୌଣସି କଷ୍ଟମ ଅଧିକାରୀ ଆଇନଗତ କାର୍ଯ୍ୟାନୁଷ୍ଠାନ କରିବା ପୂର୍ବରୁ ଅନଲାଇନ ପେମେଣ୍ଟ କଲେ, ଜିନିଷକୁ ଆପଣଙ୍କ ଠିକଣାରେ ପହଞ୍ଚାଇଦେବୁ। ଯଦି ଆପଣଙ୍କ ପାଖକୁ ଏଭଳି ଆସୁଛି , ତେବେ ତୁରନ୍ତ ପୁଲିସ ସହ ଯୋଗା ଯୋଗ କରନ୍ତୁ।”