Onn 3

NH-୧୬ରେ ଭୁଶୁଡ଼ିଲା ବ୍ରିଜ୍, ଯାତାୟାତ ବଧାପ୍ରାପ୍ତ

State

ଯାଜପୁର: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍‌ ନିକଟ NH-୧୬ରେ ଥିବା ବ୍ରିଜ୍‌ ଭୁଶୁଡ଼ି ପଡ଼ିଛି। ବ୍ରିଜ୍‌ ଭୁଶୁଡିବା ଯୋଗୁ ଜାତୀୟ ରାଜପଥରେ ଗାଡି ଚଳାଚଳ ବନ୍ଦ ରହିଛି। ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ଅଟକି ରହିଛି।

ସୂଚନା ଅନୁଯାୟୀ, ଆଜି ସକାଳୁ ସକାଳୁ ବ୍ରିଜ୍‌ ଭୁଶୁଡ଼ି ପଡ଼ିଥିବା ସୂଚନା ମିଳିଛି। ବ୍ରିଜ୍‌ ଭୁଶୁଡ଼ି ସମୟରେ ସୌଭାଗ୍ୟବଶତଃ କେହି ଯାତାୟତ କରୁ ନଥିଲେ। ଯାହାଫଳରେ କାହାର କିଛି କ୍ଷତି ହୋଇ ନାହିଁ। ବ୍ରିଜ୍‌ ଭୁଶୁଡ଼ି ଯୋଗୁ ଗାଡ଼ି ଚଳାଚଳକୁ ବନ୍ଦ କରି ଦିଆଯାଇଛି। ବର୍ଷା ଲାଗି  ରହିବା ଯୋଗୁ ପୋଲ ଭୁଶୁଡ଼ି ପଡ଼ିଥିବା ସନ୍ଦେହ କରାଯାଉଛି। ତେବେ  ନିମ୍ନମାନର କାମ ଯୋଗୁ ପୋଲଟି ଭୁଶୁଡ଼ିପଡ଼ିଥିବା ଅଭିଯୋଗ କରିଛନ୍ତି ।

ଖବର ପାଇ ଘଟଣାସ୍ଥଳରେ କୁଆଖିଆ ପୋଲିସ ପହଞ୍ଚି ଟ୍ରାଫିକ ବ୍ୟବସ୍ଥାକୁ ସ୍ୱାଭାବିକ କରିଛି । ଜାତୀୟ ରାଜପଥର ଗୋଟିଏ ପାର୍ଶ୍ୱରେ ଅଟକିଥିବା ଗାଡ଼ି ଗୁଡ଼ିକୁ ଡାଇଭର୍ସନ କରାଯାଇଥିଲା। ପରେ ବ୍ରିଜର ଅନ୍ୟପଟରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଛି। ସେପଟେ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ଏନଏଚଆଇ କତୃପକ୍ଷ । ତେବେ ବ୍ରିଜ୍‌ଟି କେତେ ପୁରଣା, କେଉଁ କାରଣରୁ ସ୍ପାନ୍ ଦବିଛି ସେନେଇ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।