Onn 3

୯ ବର୍ଷରେ ଭାରତର ଆକାଶ-ପାତାଳ ବିକିସାରିଲେଣି ମୋଦୀ : କେଜ୍ରିଓ୍ବାଲ

National & International

ବେଙ୍ଗାଲୁରୁ : ବେଙ୍ଗାଲୁରୁଠାରେ ମଙ୍ଗଳବାର ଅନୁଷ୍ଠିତ ବିରୋଧୀ ଦଳ ବୈଠକକୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଛି । ଏହି ବୈଠକ ପରେ ଆମ ଆଦମୀ ପାର୍ଟି (ଆପ୍)ର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି ।
ବୈଠକ ପରେ ଅରବିନ୍ଦ କେଜ୍ରିଓ୍ଵାଲ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖରେ ଏକ ସୁଯୋଗ ଥିଲା, କିନ୍ତୁ ୯ ବର୍ଷ ମଧ୍ୟରେ ସେ ସବୁ କ୍ଷେତ୍ରକୁ ନଷ୍ଟ କରିବାରେ କୌଣସି ସୁଯୋଗ ଛାଡ଼ି ନାହାନ୍ତି। ସେ ଦେଶର ମାଟି, ଆକାଶ, ପାତାଳ- ସବୁକିଛି ବିକ୍ରି କରିଦେଇଛନ୍ତି । ଆଜି ଦେଶର ପ୍ରତ୍ୟେକ ବ୍ୟକ୍ତି ଅସନ୍ତୁଷ୍ଟ ଅଛନ୍ତି। ଏହି ୨୬ଟି ଦଳ ନିଜ ପାଇଁ ନୁହେଁ ବରଂ ଦେଶ ପାଇଁ ଏକାଠି ହୋଇଛନ୍ତି ।
“ ଆଜି ୨୬ଟି ଦଳ ଏକାଠି ହୋଇନାହାନ୍ତି। ଗୋଟିଏ ପଟେ ଦେଶକୁ ଘୃଣାରୁ ରକ୍ଷା କରିବାକୁ ପଡ଼ୁଥିବା ବେଳେ ଅନ୍ୟପଟେ ନୂଆ ଭାରତର ସ୍ୱପ୍ନ ନେଇ ଆମେ ସମସ୍ତେ ଏକାଠି ହୋଇଛୁ ।“ସେ କହିଛନ୍ତି ।
ସେ କହିଛନ୍ତି ସରକାର ପୁଞ୍ଜିପତିଙ୍କ ପାଇଁ କାମ କରୁଛି । ରେଳ ହେଉ ବା ବିମାନ ବନ୍ଦର ସବୁକିଛି ସରକାର ବିକ୍ରି କରିଦେଉଛନ୍ତି । ଦିନ ଥିଲା ଭାରତୀୟ ରେଳ ଦେଶର ଗୌରବ ଥିଲା । କିନ୍ତୁ ଏବେ ପ୍ରତିଦିନ ଦୁର୍ଘଟଣା ହେଉଛି ।