Onn 3

ଭାରତ ପାଳି ଓ ୧୪୧ ରନ୍‌ରେ ବିଜୟୀ, ଅଶ୍ବିନଙ୍କୁ ୧୨ ୱିକେଟ୍‌

sports

ରୋସେୟୁ : ପ୍ରଥମ ପାଳିରେ ୫ ୱିକେଟ୍‌ ସଫଳତା ପାଇଥିବା ରବିଚନ୍ଦ୍ରନ ଅଶ୍ବିନ ଦ୍ବିତୀୟ ପାଳିରେ ୭ ୱିକେଟ୍‌ ଅକ୍ତିଆର କରି ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଭାରତକୁ ପ୍ରଥମ ବିଜୟ ଭେଟି ଦେଇଛନ୍ତି। ଭାରତ ୪୨୧/୫ ରେ ଦ୍ବିତୀୟ ପାଳି ଘୋଷଣା କରିବା ପରେ ୱେଷ୍ଟଇଣ୍ଡିଜ ଦ୍ବିତୀୟ ପାଳି ୧୩୦ ରନ୍‌ରେ ସୀମିତ ରହିଥିଲା। ଏହାଫଳରେ ଭାରତ ଏକ ପାଳି ଓ ୧୪୧ ରନ୍‌ରେ ବିଜୟୀ ହେବା ସହ ମାତ୍ର ୩ ଦିନରେ ପ୍ରଥମ ମ୍ୟାଚ୍‌ ଶେଷ ହୋଇଯାଇଛି। ଏଥିସହିତ ଅଶ୍ବିନ ଟେଷ୍ଟରେ ଅଷ୍ଟମ ଥର ୧୦ ୱିକେଟ୍‌ ସଫଳତା ଅର୍ଜନ କରିଛନ୍ତି। ଅଶ୍ବିନଙ୍କ ବ୍ୟତୀତ ରବୀନ୍ଦ୍ର ଜାଦେଜା (୨/୩୮) ଓ ମହମ୍ମଦ ସିରାଜ (୧/୧୬) ଅନ୍ୟ ୱିକେଟ୍‌ଗୁଡ଼ିକୁ ଝଡ଼ାଇଥିଲେ। ୱେଷ୍ଟଇଣ୍ଡିଜ୍‌ ପାଇଁ ଆଲିକ୍‌ ଆଥାନେଜ୍‌ ସର୍ବାଧିକ ୨୮ ରନ୍‌ କରିଥିଲେ। ପଦାର୍ପଣରେ ଶତକ ମାରିଥିବା ଯଶସ୍ବୀ ଜୟସ୍ବାଲ୍‌ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଦିଆଯାଇଥିଲା।
ଏଥିପୂର୍ବରୁ ଭାରତ ଶୁକ୍ରବାର ୩୧୨/୨ ରୁ ଖେଳିବା ଆରମ୍ଭ କରିଥିଲା। ଭାରତ ୪୨୧/୫ ରେ ପାଳି ଘୋଷଣା କରିଥିଲା। ଏହାଫଳରେ ପ୍ରଥମ ପାଳିରେ ଭାରତ ୨୭୧ ରନ୍ ଅଗ୍ରଣୀ ପାଇଥିଲା।
ସଂକ୍ଷିପ୍ତ ସ୍କୋର
ୱେଷ୍ଟଇଣ୍ଡିଜ୍ ପ୍ରଥମ ପାଳି: ୧୫୦/୧୦। ଭାରତ ପ୍ରଥମ ପାଳି: ୧୫୨.୨ ଓଭରରେ ୪୨୧/୫, ଘୋଷିତ (ଯଶସ୍ବୀ ଜୟସ୍ବାଲ୍‌-୧୭୧, ରୋହିତ ଶର୍ମା-୧୦୩, ବିରାଟ କୋହଲି-୭୬, ରବୀନ୍ଦ୍ର ଜାଦେଜା-୩୭*, ରାଖିମ କର୍ଣ୍ଣୱାଲ୍‌-୧/୩୨, କେମାର ରୋଚ୍‌-୧/୫୦, ଆଲିକ୍‌ ଆଥା‌ନେଜ୍‌-୧/୫୩, ଅଲଜାରି ଯୋସେଫ-୧/୮୦, ଜୋମେଲ୍ ୱାରିକାନ୍‌-୧/୧୦୬)। ୱେଷ୍ଟଇଣ୍ଡିଜ୍ ଦ୍ବିତୀୟ ପାଳି: ୫୦.୩ ଓଭରରେ ୧୩୦/୧୦ (ଆଲିକ୍‌ ଆଥାନେଜ୍‌-୨୮, ଜାସନ୍‌ ହୋଲ୍ଡର ୨୦*, ରବିଚନ୍ଦ୍ରନ ଅଶ୍ବିନ-୭/୭୧, ରବୀନ୍ଦ୍ର ଜାଦେଜା-୨/୩୮)।