Onn 3

କ୍ଲବ ଲିଫ୍ଟରେ ଫସିଲେ ୧୦ରୁ ଅଧିକ ଯୁବକଯୁବତୀ, କାଚ ଭାଙ୍ଗି ଉଦ୍ଧାର କଲା ଦମକଳ ବାହିନୀ

National & International

ନୂଆଦିଲ୍ଲୀ: କ୍ଲବର ଲିଫ୍ଟରେ ଫସିଗଲେ ୧୦ରୁ ଅଧିକ ଯୁବକ-ଯୁବତୀ | ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିଲେ ବି କିଛି ଜଣାପଡ଼ିନଥିଲା | ତେବେ ଆଜି ସକାଳୁ ଜଣାପଡିବା ପରେ ଦମକଳ ବାହିନୀ ସେମାନଙ୍କୁ ଉଦ୍ଧାର କରିଛି | ଦିଲ୍ଲୀର ସାଉଥ୍ ଏକ୍ସରେ ଥିବା ଏକ କ୍ଲବରେ ଏହି ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ବିଳମ୍ବିତ ରାତିରେ କ୍ଳବକୁ ଯାଇଥିବା ୧୦ରୁ ଅଧିକ ଯୁବକ-ଯୁବତୀ ଏହି ଲିଫ୍ଟରେ ଆସୁଥିବାବେଳେ ଏହା ଅଟକିଯାଇଥିଲା | ଲିଫ୍ଟ ଭିତରେ ସେମାନେ ଫସି ରହିଥିଲେ | ଘଣ୍ଟା ଘଣ୍ଟା ଧରି ଫସି ରହିବା ପରେ ଦମକଳ ବାହିନୀକୁ ସାହାଯ୍ୟ ମାଗିଥିଲେ | ଏହା ପରେ ଆଜି ସକାଳେ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି କାଚ ଭାଙ୍ଗି ୫ ଜଣ ଯୁବତୀଙ୍କ ସମେତ ପାଞ୍ଚ ଜଣ ଯୁବକଙ୍କୁ ଉଦ୍ଧାର କରିଥିଲା |
ଦମକଳ ବାହିନୀ ପକ୍ଷରୁ କୁହାଯାଇଛି ଯେ, ଆଜି ସକାଳ ୬ଟା ସମୟରେ ଦକ୍ଷିଣ ଦିଲ୍ଲୀର ଏକ କ୍ଲବର ଲିଫ୍ଟରେ ଲୋକମାନେ ଫସି ରହିଥିବା ସୂଚନା ମିଳିଥିଲା । ଏହା ପରେ ଅଗ୍ନିଶମ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ତା’ପରେ ଜଣାପଡିଥିଲା ଯେ ପ୍ରଥମ ମହଲାର ସମସ୍ତ ଲୋକ ଲିଫ୍ଟରେ ଫସି ରହିଛନ୍ତି। କେବଳ ଗ୍ଲାସ ଭାଙ୍ଗି ସେମାନଙ୍କୁ ବାହାର କରାଯାଇପାରିବ | ଏହା ପରେ ଅଗ୍ନିଶମ ଦଳ ବିଳମ୍ବ ନକରି ଗ୍ଲାସ ଭାଙ୍ଗି ସମସ୍ତ ଲୋକଙ୍କୁ ବାହାର କରିଥିଲେ | ଅନୁସନ୍ଧାନରୁ ଜଣାପଡିଛି ଯେ ଏହି କ୍ଲବ ବିଳମ୍ବିତ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥାଏ। ଏହି ଯୁବକଯୁବତୀମାନେ ପାର୍ଟି କରିବା ପରେ ବିଳମ୍ବିତ ରାତିରେ ଲିଫ୍ଟରେ ଅଟକି ଯାଇଥିଲେ | ତେବେ ଏହି କ୍ଲବର ଲାଇସେନ୍ସ ଅଛି ନା ନାହିଁ ତାହା ସ୍ଥାନୀୟ ପୁଲିସ ଅନୁସନ୍ଧାନ କରିବ ବୋଲି କୁହାଯାଇଛି ।